ଏସ୍‌.ଆଇ.ଆର୍‌. ସମ୍ପର୍କିତ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଛତ୍ରପୁର,(ବିଚିତ୍ର ସାହୁ):-

ଆଜି ଆଭାସୀ ମାଧ୍ୟମରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍‌.) ସମ୍ପର୍କିତ ଏକ ସମୀକ୍ଷା ବୈଠକ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଅଧ୍ୟକ୍ଷତା କରି ଏସ୍‌.ଆଇ.ଆର୍‌. କାର୍ଯ୍ୟକ୍ରମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ।ସେ ଡିଜିଟାଲାଇଜେସନ୍‌ ଓ ଏ.ଏସ୍‌.ଡି. ତାଲିକା ପ୍ରସ୍ତୁତି କାର୍ଯ୍ୟରେ ପରିଲକ୍ଷିତ ସାମାନ୍ୟତମ ତ୍ରୁଟିକୁ ତୁରନ୍ତ ସୁଧାର କରିବା ପାଇଁ ସମସ୍ତ ଇ.ଆର୍‌.ଓ. ଓ ଏ.ଇ.ଆର୍‌.ଓ.ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ କେତେକ ମତଦାନ କେନ୍ଦ୍ରରେ ବି.ଏଲ୍‌.ଓ.–ବି.ଏଲ୍‌.ଏ. ବୈଠକର କାର୍ଯ୍ୟବିବରଣୀ (MOM) ପ୍ରସ୍ତୁତିରେ ଦୃଷ୍ଟିଗୋଚର ହୋଇଥିବା ତ୍ରୁଟିଗୁଡ଼ିକର ସଂଶୋଧନ କରି ଇ.ଆର୍‌.ଓ. ନିଜେ ଅନୁମୋଦନ କରି ସାର୍ଟିଫିକେଟ୍‌ ଜିଲ୍ଲା କାର୍ଯ୍ୟାଳୟକୁ ଆସନ୍ତାକାଲି ଦିବା 3 ଟା ସୁଦ୍ଧା ପ୍ରେରଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।ବୈଠକରେ ଆଗାମୀ ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ମଧ୍ୟରେ ଗ୍ରହଣ କରାଯିବାକୁ ଥିବା ଆପତ୍ତି ଓ ଦାବିପତ୍ରଗୁଡ଼ିକର ଶୁଣାଣି ପ୍ରକ୍ରିୟା ସମ୍ପର୍କରେ ଇ.ଆର୍‌.ଓ. ଓ ଏ.ଇ.ଆର୍‌.ଓ.ମାନଙ୍କୁ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ସ୍ୱଚ୍ଛ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶୁଣାଣି ପ୍ରକ୍ରିୟା ସମ୍ପନ୍ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।ବୈଠକରେ ଜିଲ୍ଲାର ସମସ୍ତ ଇ.ଆର୍‌.ଓ., ଏ.ଇ.ଆର୍‌.ଓ. ଓ ନିର୍ବାଚନ ସମ୍ପର୍କିତ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Smart Computer Ad
You might also like
error: Content is protected !!