ହୀରକ ଜୟନ୍ତୀ ଅବସରରେ ବିଏସଏଫ୍–ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଫୁଟବଲ୍ ମ୍ୟାଚ

ବାଲିଗୁଡା, ୨୭/୦୬: ସୀମା ସୁରକ୍ଷା ବଳ (BSF)ର ‘ସୀମା ସୁରକ୍ଷା – ୬୦ ବର୍ଷର ସେବା, ତ୍ୟାଗ ଓ ଶକ୍ତି’ ହୀରକ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଶନିବାର ସନ୍ଧ୍ୟାରେ ୧୩୬ ବ୍ୟାଟାଲିଅନ୍‌ର ‘ବି’ କମ୍ପାନୀ, ସିଓବି ମିଗୁନପଦର ପକ୍ଷରୁ ଏକ ପ୍ରୀତି ଫୁଟବଲ୍ ମ୍ୟାଚ୍‌ର ଆୟୋଜନ କରାଯାଇଥିଲା।ଏହି ମ୍ୟାଚ୍‌ଟି ‘ବି’ କମ୍ପାନୀ

ହୀରକ ଜୟନ୍ତୀ ଅବସରରେ ବିଏସଏଫ୍–ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଫୁଟବଲ୍ ମ୍ୟାଚ

୧୩୬ ବିଏସଏଫ୍ ଦଳ ଓ ଡି.ବି.ଡି.ଏଫ୍.ସି. ମିଗୁନପଦରର ସ୍ଥାନୀୟ ଯୁବକମାନଙ୍କ ମଧ୍ୟରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ରୋମାଞ୍ଚକର ମୁକାବିଲାରେ ବିଏସଏଫ୍ ଦଳ ୩-୧ ଗୋଲ୍‌ରେ ବିଜୟୀ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଏସଏଫ୍‌ର ୧ ଜଣ ଗେଜେଟେଡ୍ ଅଫିସର, ୭ ଜଣ ସବ୍-ଅଫିସର

ହୀରକ ଜୟନ୍ତୀ ଅବସରରେ ବିଏସଏଫ୍–ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଫୁଟବଲ୍ ମ୍ୟାଚ

ଓ ୨୮ ଜଣ ଜବାନଙ୍କୁ ମିଶାଇ ମୋଟ ୩୬ ଜଣ ଯୋଗଦେଇଥିବା ବେଳେ ୨୮ ଜଣ ସ୍ଥାନୀୟ ନାଗରିକ ମଧ୍ୟ ଉପସ୍ଥିତ ଥିଲେ।ଏହି ପ୍ରୀତି ମ୍ୟାଚ୍‌ ମାଧ୍ୟମରେ ବିଏସଏଫ୍ ଓ ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ସମ୍ପର୍କ ଓ ସୌହାର୍ଦ୍ୟ ଆହୁରି ସୁଦୃଢ଼ ହୋଇଥିବା ସହ ହୀରକ ଜୟନ୍ତୀ ଉତ୍ସବ ଉତ୍ସାହର ସହ ପାଳନ କରାଯାଇଥିଲା।

ରିପୋର୍ଟ -ସୁକାନ୍ତ କୁମାର ତ୍ରିପାଠୀ

You might also like
error: Content is protected !!