ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡ଼ାର ନୃତ୍ୟଶ୍ରୀ ଡ୍ୟାନ୍ସ ଏକାଡେମୀର ଚମତ୍କାର ପ୍ରଦର୍ଶନ, ସମ୍ମାନିତ ହେଲେ ଗୁରୁ ଓ ଛାତ୍ରୀମାନେ

ବାଲିଗୁଡ଼ା,୧୫/୦୬: ସୁକାନ୍ତ କୁମାର ତ୍ରିପାଠୀ

ଢେଙ୍କାନାଳ ଜିଲ୍ଲାର ପବିତ୍ର ସପ୍ତଶଯ୍ୟା ପୀଠକୁ କେନ୍ଦ୍ର କରି ପାଳିତ ହେଉଥିବା ପ୍ରସିଦ୍ଧ ସପ୍ତଶଯ୍ୟା ମହୋତ୍ସବ ଅବସରରେ ଭୁବନେଶ୍ୱରସ୍ଥ ରବିନ୍ଦ୍ର ମଣ୍ଡପରେ ଆୟୋଜିତ ସାଂସ୍କୃତିକ ଉତ୍ସବରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ନୃତ୍ୟଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ପ୍ରଶଂସା ସାଉଁଟିବା ସହ ସମ୍ମାନିତ ହୋଇଛି।ଦିବ୍ୟାଂସୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ଓଡ଼ିଶୀ ଓ ଲୋକନୃତ୍ୟ ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାର ମନୋରମ ଉପସ୍ଥାପନା ଦର୍ଶକମାନଙ୍କୁ ମୁଗ୍ଧ କରିଥିଲା।ବାଲିଗୁଡ଼ାର ନୃତ୍ୟଶ୍ରୀ ଡ୍ୟାନ୍ସ ଏକାଡେମୀର

ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡ଼ାର ନୃତ୍ୟଶ୍ରୀ ଡ୍ୟାନ୍ସ ଏକାଡେମୀର ଚମତ୍କାର ପ୍ରଦର୍ଶନ, ସମ୍ମାନିତ ହେଲେ ଗୁରୁ ଓ ଛାତ୍ରୀମାନେ

ଗୁରୁ କେଦାରନାଥ ନାୟକଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷିତ ଛାତ୍ରୀ ଆଂଶି ସଭ୍ରାଂଶି ପାତ୍ର, ଜ୍ୟୋତିର୍ମୟୀ ପାଢ଼ୀ, ଅଙ୍କିତା ନାୟକ, ଶୁଭଶ୍ରୀ ପଣ୍ଡା, ସୁରଞ୍ଜନା ବାରିକ, ସୋମନା ସୋନାକ୍ଷୀ ପଣ୍ଡା, ସୋନମ ପଣ୍ଡା, ସାଇ ସ୍ନିଗ୍ଧା ପ୍ରଧାନ ଏବଂ ଅନ୍ୱେଷା ଚୌଧୁରୀ ଏକକ ଓ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ସେମାନଙ୍କ ଆକର୍ଷଣୀୟ ଓ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ ଉପସ୍ଥିତ ଗୁରୁଜନ ଓ ଦର୍ଶକଙ୍କ ପ୍ରଶଂସା ଅର୍ଜନ କରିଥିଲା।ନୃତ୍ୟ ପ୍ରଦର୍ଶନ ପାଇଁ ଛାତ୍ରୀମାନେ ପୁରସ୍କୃତ ହୋଇଥିବା ବେଳେ, ବାଲିଗୁଡ଼ାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସେମାନଙ୍କୁ ପହଞ୍ଚାଇ ନୃତ୍ୟ

ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡ଼ାର ନୃତ୍ୟଶ୍ରୀ ଡ୍ୟାନ୍ସ ଏକାଡେମୀର ଚମତ୍କାର ପ୍ରଦର୍ଶନ, ସମ୍ମାନିତ ହେଲେ ଗୁରୁ ଓ ଛାତ୍ରୀମାନେ

କ୍ଷେତ୍ରରେ ଉତ୍କୃଷ୍ଟ ମାର୍ଗଦର୍ଶନ ଦେଇଥିବା ଗୁରୁ କେଦାରନାଥ ନାୟକଙ୍କୁ ମଧ୍ୟ ଆୟୋଜକ ସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି ଅବସରରେ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟ ଗୁରୁ ମୀନାକ୍ଷୀ ବେହେରା, ଅଶୋକ ଘୋସାଲ, ସୁକାନ୍ତ କୁଣ୍ଡୁ, ଅନିରୁଦ୍ଧ ଦାସ ଓ ଶ୍ରୀକାନ୍ତ ଦାସ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।ବାଲିଗୁଡ଼ାର ଛାତ୍ରୀମାନଙ୍କ ଏହି ସଫଳତାକୁ ନେଇ ଅଞ୍ଚଳର କଳାପ୍ରେମୀ ଓ ସାଂସ୍କୃତିକ ମହଳରେ ଆନନ୍ଦର ଲହରୀ ଖେଳିଯାଇଛି।

Smart Computer Ad
You might also like
error: Content is protected !!