ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ରକ୍ତଦାନ ଶିବିର: ୬୪ ୟୁନିଟ୍ ରକ୍ତ ସଂଗ୍ରହ

ବାଲିଗୁଡା,୧୪/୦୬ ସୁକାନ୍ତ କୁମାର ତ୍ରିପାଠୀ

ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସୁପରିଣ୍ଟେଣ୍ଡେଣ୍ଟ ଡା. ଏସ୍. କେ. ସାହୁକାର ଓ ବିବିଓ ଡା. ଏସ୍. ରାମ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିରରେ ମୋଟ ୬୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି।ଏହି ରକ୍ତଦାନ ଶିବିରର ବିଶେଷ ଆକର୍ଷଣ ଥିଲା ବାଲିଗୁଡା ଡାକ୍ତରଖାନାର ପାଞ୍ଚ ଜଣ ଡାକ୍ତର ନିଜେ ରକ୍ତଦାନ କରି ଅନ୍ୟମାନଙ୍କୁ ପ୍ରେରିତ କରିଥିଲେ। ଡା. ବିବେକାନନ୍ଦ ମଲ୍ଲାନାଙ୍କ ସମେତ ଅନ୍ୟାନ୍ୟ ଡାକ୍ତରମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗଦେଇ ଏହାକୁ

ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ରକ୍ତଦାନ ଶିବିର: ୬୪ ୟୁନିଟ୍ ରକ୍ତ ସଂଗ୍ରହ

ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ରକ୍ତଦାନ ଶିବିର: ୬୪ ୟୁନିଟ୍ ରକ୍ତ ସଂଗ୍ରହବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ରକ୍ତଦାନ ଶିବିର: ୬୪ ୟୁନିଟ୍ ରକ୍ତ ସଂଗ୍ରହବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ରକ୍ତଦାନ ଶିବିର: ୬୪ ୟୁନିଟ୍ ରକ୍ତ ସଂଗ୍ରହ

ସଫଳ କରିଥିଲେ।ରକ୍ତଦାନ କରିଥିବା ଡାକ୍ତରମାନଙ୍କ ମଧ୍ୟରେ ଡା. ଜିତେନ୍ଦ୍ର ବେହେରା (୨ୟ ମେଡିକାଲ ଅଫିସର), ଡା. ଶିବରାମ ଗୌଡ଼ (ସର୍ଜରୀ ବିଶେଷଜ୍ଞ, ବାରଖମା), ଡା. ଅଭିଷେକ, ଡା. ଜ୍ୟୋତିର୍ମୟ ଓ ଡା. ଚିନ୍ମୟଙ୍କ ସହ ଡା. ସୁଭ୍ରଜିତ ଉପସ୍ଥିତ ଥିଲେ।ରକ୍ତ ସଂଗ୍ରହ କାର୍ଯ୍ୟରେ ବ୍ଲଡ୍ ବ୍ୟାଙ୍କ ଲାବୋରେଟୋରୀ ଟେକ୍ନିସିଆନ ଚିତ୍ତରଞ୍ଜନ ନାୟକ ଓ ସୁବାଶ ଚନ୍ଦ୍ର ବେହେରା ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ। ସେହିପରି ଷ୍ଟାଫ ନର୍ସ ରଶ୍ମିତା ନାୟକ ଓ ସସ୍ମିତା ବିଶୋଇ ରକ୍ତଦାନ ଶିବିରର ସୁପରିଚାଳନାରେ ସହଯୋଗ କରିଥିଲେ। ସ୍ୱଚ୍ଛତା ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ସନ୍ତୋଷ ମୁଖୀ ଏବଂ ଦିବାକର ଝାଙ୍କର ସହଯୋଗ କରିଥିଲେ।ଡା. ଏସ୍. କେ. ସାହୁକାର ରକ୍ତଦାତାମାନଙ୍କୁ ଧନ୍ୟବାଦ ଜଣାଇ ରକ୍ତଦାନକୁ ମହାଦାନ ଭାବେ ଗ୍ରହଣ କରି ନିୟମିତ ଭାବେ ରକ୍ତଦାନ କରିବାକୁ ଆହ୍ୱାନ ଦେଇଥିଲେ। ଶିବିରଟି ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିବାରୁ ସମସ୍ତ ଅଂଶଗ୍ରହଣକାରୀ ଓ ସହଯୋଗୀମାନଙ୍କୁ ପ୍ରଶଂସା କରାଯାଇଥିଲା।

You might also like
error: Content is protected !!