କନ୍ଧମାଳରେ ମାଓବାଦୀ ଡମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ


ବାଲିଗୁଡ଼ା, ୧୧/୦୬: ସୁକାନ୍ତ କୁମାର ତ୍ରିପାଠୀ
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଠାରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ କନ୍ଧମାଳ ପୋଲିସ ପକ୍ଷରୁ ବାଲିଗୁଡ଼ା ଥାନା ଅନ୍ତର୍ଗତ ଗଙ୍ଗାପଦର, କୋଡାମାହା, ପାଜିମାହା, ତେଙ୍ଗେରୀ ଓ ବାଲିମାହା ଅଞ୍ଚଳରେ ଏକ ବ୍ୟାପକ ମାଓବାଦୀ ବିରୋଧୀ ଅପରେସନ ଚାଲାଯାଇଥିଲା। ଏହି ଅପରେସନରେ ୯ଟି ଏସଓଜି (SOG) ଟିମ୍ ଏବଂ ଗୋଟିଏ ଡିଭିଏଫ (DVF) ଟିମ୍ ସାମିଲ ହୋଇଥିଲେ।ତଲାସି ଅଭିଯାନ ସମୟରେ ସୁରକ୍ଷା ବାହିନୀ ମାଓବାଦୀଙ୍କ ଲୁଚାଇ ରଖାଯାଇଥିବା ଏକାଧିକ ଡମ୍ପ ସ୍ଥଳ ଠାବ କରିଥିଲେ। ପରେ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ ସମସ୍ତ ସୁରକ୍ଷା ନିୟମ ଅବଲମ୍ବନ କରି ସମ୍ଭାବ୍ୟ ଆଇଇଡି (IED) ଯାଞ୍ଚ କରିଥିଲେ। ଗତ ୧୦ ଜୁନ୍‌ରେ ଏହି ଡମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଜବତ କରାଯାଇଛି।ଜବତ

କନ୍ଧମାଳରେ ମାଓବାଦୀ ଡମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ

ସାମଗ୍ରୀ ମଧ୍ୟରେ ଗୋଟିଏ ଏସଏଲଆର ରାଇଫଲ, ଦୁଇଟି ଏସବିଜିଏଲ ଗନ୍, ଗୋଟିଏ ଦେଶୀ ୟୁବିଜିଏଲ ଗନ୍, ୩୦ଟି ଇଲେକ୍ଟ୍ରିକ ଡିଟୋନେଟର, କୋଡେକ୍ସ ତାର, ୧୦ଟି ଏସବିଜିଏଲ ଗ୍ରେନେଡ, ଏସଏଲଆର ମ୍ୟାଗାଜିନ, ୧୬ ରାଉଣ୍ଡ ଗୁଳି, ପୋଷାକ, ଚପଲ, ପ୍ଲାଷ୍ଟିକ ଡ୍ରମ, ଛତା, ଟିଫିନ କ୍ୟାରିଅର, ଔଷଧ କିଟ୍, ପାୱାର ବ୍ୟାଙ୍କ, ବ୍ୟାଟେରୀ, ଚା, ଲୁଣ, ଚିନି ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି।ପୋଲିସ ସୂଚନା ଅନୁଯାୟୀ, ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ସାମଗ୍ରୀ ମାଓବାଦୀ ସଂଗଠନର ଥିଲା। କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା କନ୍ଧମାଳ ଜିଲ୍ଲାକୁ ମାଓବାଦୀ ମୁକ୍ତ ଜିଲ୍ଲା ଭାବେ ଘୋଷଣା

କନ୍ଧମାଳରେ ମାଓବାଦୀ ଡମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ

କରାଯାଇଛି।ଜାନୁଆରୀ ୨୦୨୫ ଠାରୁ ୩୧ ମାର୍ଚ୍ଚ ୨୦୨୬ ମଧ୍ୟରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେଙ୍କ ସମେତ ୧୦ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ରାଜ୍ୟ କମିଟି ସଦସ୍ୟ ସୁକ୍ରୁ ଓ ନୀତୁଙ୍କ ସମେତ ୨୪ ଜଣ ମାଓବାଦୀ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି।ଭବିଷ୍ୟତରେ ମାଓବାଦୀ କାର୍ଯ୍ୟକଳାପର ପୁନରାବୃତ୍ତିକୁ ରୋକିବା ପାଇଁ ଏସଓଜି, ଡିଭିଏଫ, ସିଆରପିଏଫ ଓ ବିଏସଏଫ ପକ୍ଷରୁ ଅଞ୍ଚଳରେ ନିୟମିତ କମ୍ବିଂ ଓ ତଲାସି ଅଭିଯାନ ଜାରି ରହିଥିବା କନ୍ଧମାଳ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

You might also like
error: Content is protected !!