ବାଲିଗୁଡା,୧୧/୦୬: ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡା ସହରରେ ପାଇକ ଖଣ୍ଡାୟତ କୁଳ ସମାଜର ପଲ୍ଲୀ କମିଟି ଗଠନ କରାଯାଇଛି। ବାଲିଗୁଡା ନୂଆସାହିର ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷାବିତ୍ ମୃତ୍ୟୁଞ୍ଜୟ ପ୍ରଧାନୀଙ୍କ ଆବାହନକ୍ରମେ ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ବୈଠକରେ ଏହି କମିଟି ଗଠନ ହୋଇଥିଲା।କାର୍ଯ୍ୟକ୍ରମରେ ପାଇକ ଖଣ୍ଡାୟତ ସମାଜର ଜିଲ୍ଲା ସଭାପତି ଲକ୍ଷ୍ମୀନାରାୟଣ ଦଣ୍ଡିଆ, ଜିଲ୍ଲା ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରା ଏବଂ ସଂଯୋଜକ ଜୟରାମ ଦଣ୍ଡିଆ ଉପସ୍ଥିତ ରହି ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିଥିଲେ। ଜିଲ୍ଲା ସଭାପତି ଶ୍ରୀ ଦଣ୍ଡିଆ ପାଇକ କୁଳ ସମାଜର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ବୈଠକର ଶୁଭ ଉଦ୍ଘାଟନ କରିଥିଲେ।ବୈଠକରେ ଆଗାମୀ ଦିନରେ ମହାସମ୍ମିଳନୀ ଆୟୋଜନ, ଯୁବପିଢ଼ିଙ୍କ ମଧ୍ୟରେ ସଂସ୍କାର ଶିକ୍ଷାର ପ୍ରସାର, ନାରୀ ଶିକ୍ଷାର ବିକାଶ ଏବଂ ପାରିବାରିକ ସର୍ଭେ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା।

ସର୍ବସମ୍ମତିକ୍ରମେ ନବଗଠିତ କମିଟିର ସଭାପତି ଭାବେ ମାନସ ରଞ୍ଜନ ଅମାୟତ, ସମ୍ପାଦକ ଭାବେ ସୁବ୍ରତ ପ୍ରଧାନୀ, ଉପସଭାପତି ଭାବେ ନାରାୟଣ ଦଳପତି, ସହ-ସମ୍ପାଦକ ଭାବେ ଦୁର୍ଗା ପ୍ରଧାନୀ, ସଂଯୋଜକ ଭାବେ ପ୍ରମୋଦ କୁମାର ଦଣ୍ଡସେନା ଏବଂ ପତ୍ରକାର ଭାବେ ପବିତ୍ର ପ୍ରଧାନୀ ନିର୍ବାଚିତ ହୋଇଥିଲେ।ସେହିପରି ମୃତ୍ୟୁଞ୍ଜୟ ପ୍ରଧାନୀ, କୈଳାଶ ପ୍ରଧାନୀ ଓ ପରମେଶ୍ୱର ଡାକୁଆଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ହିନ୍ଦୁ ପ୍ରଧାନୀ, ସନାତନ ଅମାୟତ, କୋଷାଧ୍ୟକ୍ଷ ସୀମାଞ୍ଚଳ ଗାଉଁଟିଆ, ରାମାରାଓ ଦଣ୍ଡିଆଙ୍କ ସମେତ କନ୍ଧମାଳ ଜିଲ୍ଲାର ୨୪ଟି ପଲ୍ଲୀ କମିଟିର ପଦାଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ଥିଲେ।ଶେଷରେ ଧନ୍ୟବାଦ ଅର୍ପଣ ପରେ ସଭାପତିଙ୍କ ଅନୁମତିକ୍ରମେ ବୈଠକ ସମାପ୍ତ ହୋଇଥିଲା।