ସିପିଏମ ଜିଲ୍ଲା ଅଫିସରେ ମଇ ଦିବସ ପାଳିତ

ବ୍ରହ୍ମପୁର,(ବିଚିତ୍ରସାହୁ):-

ସିପିଏମ ପକ୍ଷରୁ ମଇ ଦିବସ ପାଳନ କରାଯାଇଛି।ପ୍ରଥମେ ବରିଷ୍ଠ ଶ୍ରମିକ ନେତା ଅଳି କିଶୋର ପଟ୍ଟନାୟକ ଲାଲ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଏକ ସଭା ଆୟୋଜିତ ହୋଇଥିଲା।ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାଥି ଅଳି କିଶୋର ପଟ୍ଟନାୟକ ଶ୍ରମିକ ଦିବସକୁ ବିଶ୍ୱ ଶ୍ରମଜୀବୀ ମଣିଷର ଦାସତ୍ୱରୁ ମୁକ୍ତି ପାଇଁ ଲଢେ଼ଇର ସ୍ମାରକୀ ଦିବସ ବୋଲି ଉଲ୍ଲେଖ କରିଥିଲେ।ଏହି ଦିବସର ରକ୍ତକ୍ଷୟି ଲଢ଼େଇ ଶ୍ରମଜୀବୀ ମଣିଷକୁ ମାଲିକର ମର୍ଜି ପରିବର୍ତ୍ତେ 8 ଘଣ୍ଟା କାମ କରିବା ଅଧିକାର ପ୍ରଦାନ କରିଥିଲା।କେବଳ ସେତିକି ନୁହେଁ ଏହି ଲଢେ଼ଇ ଶ୍ରମିକଙ୍କୁ ସଂଘ ଗଢିବା, ମାଲିକ ସହିତ ମୂଳଚାଲ କରିବାଭଳି ଅଧିକାର ହାସଲ କରି, ସ୍ଥାୟୀ ଚାକିରି,ସର୍ବ ନିମ୍ନ ମଜୁରୀ ନିର୍ଦ୍ଧାରଣ, ଵୋନସ ଓ ପେନସନଭଳି ସାମାଜିକ ସୁରକ୍ଷା ହାସଲ କରିବା ପାଇଁ ପ୍ରେରଣା ପାଇଥିଲା।ଉଦବେଗର ବିଷୟ 140 ବର୍ଷ ପରେ ବିଶ୍ଵବ୍ୟାପୀ ଶ୍ରମିକର ଏହି ଅଧିକାର ଛଡାଇ ନେବା ପାଇଁ ସରକାରମାନେ ଚକ୍ରାନ୍ତ କରୁଛନ୍ତି। ମାଲିକର ଲାଭ ପାଇଁ ଶ୍ରମ ଆଇନକୁ ପରିବର୍ତ୍ତନ କରି ଦୁର୍ବଳ ଶ୍ରମ କୋଡ଼ ପ୍ରଣୟନ କରିଛନ୍ତି।ଶ୍ରମିକମାନଙ୍କୁ 12 ଘଣ୍ଟା କାମ କରାଇବା ପାଇଁ ଆଇନ ପ୍ରଣୟନ କରିଛନ୍ତି।ସ୍ଥାୟୀ ବଦଳରେ ନିଯୁକ୍ତିକୁ ଅସ୍ଥାୟୀ କରାଯାଉଛି।ଚିକିତ୍ସା ସୁବିଧା,ଵୋନସ ଓ ପେନସନଭଳି ସମାଜିକ ସୁରକ୍ଷାକୁ ଛଡାଇ ନିଆଯାଉଛି। ଶ୍ରମିକମାନଙ୍କୁ ପୁଣି ଥରେ ମଳିକଙ୍କର ଗୋତି ଶ୍ରମିକ କରିବା ପାଇଁ ମାଲିକ ଓ ସରକାର ଏକାକାର ହୋଇ କାର୍ଯ୍ୟ କରୁଛନ୍ତି।ତେଣୁ ମାଲିକ ଲାଭର ପାହାଡ଼ ଉପରେ ବସିଲାବେଳେ ଶ୍ରମିକମାନେ ଉପାସରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି। 1886 ମସିହାରେ ଚିକାଗୋ ସହରରେ ସମାନ ପରିସ୍ଥିତି ମଧ୍ୟ ଉପୁଜିଥିଲା।ତେଣୁ ଆଜିର ଏହି ଐତିହାସିକ ମଇ ଦିବସ ଶ୍ରମିକମାନଙ୍କ ପାଇଁ କେବଳ ଆନନ୍ଦ ଉଲ୍ଲାସର ଦିବସ ନୁହେଁ ବରଂ ଲଢେ଼ଇ ପାଇଁ ସଂକଳ୍ପର ଦିବସ ବୋଲି ଉଲ୍ଲେଖ କରିଥିଲେ। ସଂମ୍ପ୍ରତିକ ଅବସ୍ଥାରେ ଜାତି, ବର୍ଣ୍ଣ, ଭାଷା ନିର୍ବିଶେଷରେ ଶ୍ରମଜୀବୀ ମଣିଷ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ମିଳିତଭାବେ ଲଢ଼ିବା ନିମନ୍ତେ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ।ଏଥିରେ ଶ୍ରମିକ ନେତା ଯୁଧିଷ୍ଠିର ବେହେରା, ଶିବ ପ୍ରସାଦ ମହାପାତ୍ର,ମଧୁ ବେହେରା, ଗୋକୁଳ ତ୍ରିପାଠୀ, ନିଳ ମାଧବ ରଥ,ସୁବୋଧ ସାହୁ, AVS ପାତ୍ର, ଡ଼ି ମୋହନ ରାଓ, ପ୍ରଶାନ୍ତ ଶତପଥୀ, ମୋହନ ରାଓ ଓ ରାଜରାଓ ପ୍ରମୁଖ ବକ୍ତବ୍ୟ ରଖିଥିଲେ।ସିଟୁ ଜିଲ୍ଲା ସଭାପତି ପ୍ରତାପ ଚୌଧୁରୀ ସଭା ପରିଚାଳନା କରିଥିଲେ।

Smart Computer Ad
You might also like
error: Content is protected !!