ନୃସିଂହ ଚତୁର୍ଦ୍ଦଶୀ ରେ ପୁସ୍ତକ “ନୃସିଂହାବତାରମ୍” ର ଉନ୍ମୋଚନ

ବ୍ରହ୍ମପୁର,(ବିଚିତ୍ରସାହୁ):-

ପଵିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ କମାପଲ୍ଲୀ ସ୍ଥିତ ନୃସିଂହ ମନ୍ଦିର ପରିସରରେ କବି ତଥା ସଂଯୋଜକ ରାଇରଞ୍ଜନ ନନ୍ଦଙ୍କ ନରସିଂହ ମହାପ୍ରଭୁ ଙ୍କ କାହାଣୀ କୁ ନେଇ ରଚିତ ଏକ କ୍ଷୁଦ୍ର କାବ୍ୟ ତଥା ପୁରାଣ ” ନୃସିଂହାବତାରମ୍” ପୁସ୍ତକ ର ଉନ୍ମୋଚନ ହୋଇଛି । ପ୍ରଭୁ ଶ୍ରୀ ନରସିଂହଙ୍କ ଆଶୀର୍ବାଦରେ ତାଙ୍କରି ପାଦପଦ୍ମରେ ସମର୍ପଣ ପୂର୍ବକ ଏହି ପୁସ୍ତକ ଉନ୍ମୋଚନ କରାଯାଇଥିଲା । ପ୍ରକାଶକ ତଥା ଆଇନଜିବୀ ପ୍ରଣବ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ରହ୍ମପୁର ଆକାଶ ବାଣୀ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ହୃଷୀକେଶ ପାଣିଗ୍ରାହୀ ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ରେଳ ଷ୍ଟେସନ ମହାପ୍ରବନ୍ଧକ ଦୁର୍ଗାପ୍ରସାଦ ବ୍ରହ୍ମା, କର୍ପୋରେଟର ସୁରେନ୍ଦ୍ର ମହାରଣା, ସୁନୀତା ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସୁଦୀପ୍ କୁମାର୍ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।ଶ୍ରଦ୍ଧା ଫାଉଣ୍ଡେସନ ସମ୍ପାଦିକା ଶ୍ରଦ୍ଧାଞ୍ଜଳି ପାଢ଼ୀ , ବିମଳ କୁଣ୍ଡୁ , ସୁଶ୍ରୀ ସ୍ଵାତୀରାଣୀ ସାହୁ, ସୁଶ୍ରୀ ବିଦ୍ୟୁତପ୍ରଭା, ପ୍ରଣବ ପଟ୍ଟନାୟକ ପ୍ରମୁଖ ଏହି ଅବସରରେ ଅନୁରୁପ ଉପସ୍ଥିତ ଥିଲେ । ମନ୍ଦିର ପରିଚାଳନା କତୁର୍ପକ୍ଷଙ୍କ ସହଯୋଗରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟଟି ସୁଚାରୁ ରୂପେ ସମ୍ପାଦିତ ହୋଇ ପାରିଥିଲା ।ସେହି ପରୀ ଏଠାରେ ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ଖରା ଦିନ ଲାଗି ବହୁ ଭକ୍ତଙ୍କୁ ଗ୍ଲୁକୋଜ ପଣା ବଣ୍ଟନ କରାଯାଇଥିଲା ।

Smart Computer Ad
You might also like
error: Content is protected !!