ଇଫଟୁ ଦ୍ୱାରା ବିଶ୍ୱ ଶ୍ରମିକ ଦିବସ ପାଳିତ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ସର୍ବ ଭାରତୀୟ ଶ୍ରମିକ ସଙ୍ଘଠନ, ଇଫଟୁ ତରଫରୁ ଆଜି ବିଭିନ୍ନ ସ୍ଥାନ ରେ ଶ୍ରମିକ ଦିବସ କୁ ବିଭିନ୍ନ ସ୍ଥାନ ରେ ପାଳନ କରାଯାଇଛି I ଏହିକ୍ରମ ରେ ସକାଳ ସମୟ ରେ ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ପରିସର ରେ ମିଳିତ କର୍ମଚାରୀ ମାନଙ୍କ ତରଫରୁ ପତାକା ଉତ୍ତୋଳନ କରିବା ସହିତ, ସ୍ଲୋଗାନ ମାଧ୍ୟମ ରେ ସହୀଦ ସାଥି ଶ୍ରମିକ ମାନଙ୍କ ର ସ୍ମୃତି ଚାରଣ କରାଯାଇଥିଲା I ଅପରାହ୍ନ ରେ ସ୍ଥାନୀୟ ପ୍ରକାଶମ ହଲ ପରିସର ରେ ଏକ ଆଲୋଚନା ସଭା ରଖା ଯାଇଥିଲା I ଉକ୍ତ ଆଲୋଚନା ସ୍ତମ୍ଭକାର ଭାଲ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ରହି ବର୍ତମାନ ସରକାର ଙ୍କ ଦ୍ୱାରା ଶ୍ରମିକ ମାନଙ୍କ ପ୍ରତି ହେଉଥିବା ଆକ୍ରମଣ କୁ ଦୃଢ଼ ନିନ୍ଦା କରିବା ସହିତ ଦେଶର ପୁଞ୍ଜିପତି/କମ୍ପାନୀ ମ୍ୟାନେଜମେଣ୍ଟ ଓ ସରକାର ଙ୍କ ଦ୍ୱାରା ଶ୍ରମ ଆଇନ ଲାଗୁ କରିବାର କଟକଣା ମିଳିତ ଚକ୍ରାନ୍ତ ଦ୍ୱାରା ଆଜି ଦେଶ ସାରା ଶ୍ରମିକ ଶ୍ରେଣୀ ରାସ୍ତାକୁ ଆସିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଥିଲେ I କିନ୍ତୁ ମଇ ଦିବସ ର ଇତିହାସ ରୁ ଅର୍ଜିତ ଅଧିକାର କୁ ହରାଇବାକୁ ଦିଆଯିବ ନାହିଁ ବୋଲି ଉଲ୍ଲେଖ କରିଥିଲେ I ଏବଂ ଆଗାମୀ ଦିନରେ କର୍ମଚାରୀ ଙ୍କ ଛଟେଇ,ସର୍ବନିମ୍ନ ମଜୁରୀ ଘୋଷଣା ଅଟକି ରହିଛି, ପୂର୍ବରୁ ଘୋଷିତ ସର୍ବନିମ୍ନ ଦରମା ଲାଗୁ ହେଉନାହିଁ, ସମୟ ଅନୁସାରେ ରେ ଦରମା ଦିଆଯାଉନାହିଁ , ପେ ସ୍ଲିପ, EPF/ESI , କାର୍ଯ୍ୟସ୍ଥଳର ସୁରକ୍ଷା, ଶୌଚାଳୟ ବ୍ୟବସ୍ଥା ଇତ୍ୟାଦି ମୌଳିକ ସମସ୍ୟା ଗୁଡିକୁ ସମାଧାନ ହେଉନାହିଁ I ଶ୍ରମ ଅଧିକାର ର ପୂରାପୂରି ଉଲ୍ଲଂଘନ ଦେଶବ୍ୟାପୀ ଜାରୀ ରହିଥିବା ବେଳେ ବର୍ତ୍ତମାନ ଶ୍ରମ ସଂହିତା ଲାଗୁ ହେବା ପରଠୁ ଖୋଲାଖୋଲି ଭାବେ ଉଲଂଘନ ବୃଦ୍ଧି ପାଇଛି । ଏହା ସହ ଅତ୍ୟାବଶ୍ୟକୀୟ ଜିନିଷ ର ଦର ବୃଦ୍ଧି ସହ ରନ୍ଧନ ଗ୍ୟାସର ଦର କିଲୋ ପିଛା ୩୦୦-୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଓ କଳା ବଜାରି ଭୟାବହ ଭାବରେ ଚାଲିଛି। ସରକାର ଶ୍ରମିକ ଶ୍ରେଣୀ ପାଇଁ କେବଳ ଘୋଷଣା କରୁଛନ୍ତି, କିନ୍ତୁ ଲାଗୁ ହୋଇ ପାରୁନାହିଁ। ଅନିଶ୍ଚିତତା ଭିତରେ ଏହି ସବୁ ବୋଝ କୁ ବୋହିବା ଶ୍ରମିକ ଶ୍ରେଣୀ ଙ୍କ ପାଇଁ ସମ୍ଭବ ନୁହେଁ। ତେଣୁ ଏହି ଶ୍ରମିକ ଦିବସ ରେ ସଙ୍ଘ ତରଫରୁ ନିମ୍ନ ଦାବୀ ଗୁଡିକ ସରକାର ପୂରଣ କରନ୍ତୁ ବୋଲି ଦାବୀ ରଖିଛି I ସରକାର ଚାରିଟି ଶ୍ରମ କୋଡ୍‌କୁ ବାତିଲ କରନ୍ତୁ।ଶ୍ରମ ଆଇନଗୁଡ଼ିକୁ କଡାକଡି ଭାବରେ ଲାଗୁ କରନ୍ତୁ, ବିଶେଷ କରି ସର୍ବନିମ୍ନ ଦରମା ପ୍ରଦାନ ସହ ଓ ୮ ଘଣ୍ଟିଆ କାର୍ଯ୍ୟ ଦିବସ କୁ ସୁନିଶ୍ଚିତ କରନ୍ତୁ। ସମଗ୍ର ଭାରତ ପାଇଁ ମାସିକ ସର୍ବନିମ୍ନ ଦରମା ୩୦,୦୦୦ ଟଙ୍କା ଘୋଷଣା କରନ୍ତୁ। ଶ୍ରମ ଆଇନ ଉଲ୍ଲଂଘନ କରୁଥିବା ନିଯୁକ୍ତି ସଂସ୍ଥା /ମ୍ୟାନେଜମେଣ୍ଟ ଙ୍କୁ ଦଣ୍ଡିତ କରନ୍ତୁ।ଦେଶ ସାରା ନିଜ ଦାବୀ ପାଇଁ ଆନ୍ଦୋଳନ କରି ଗିରଫ ହୋଇଥିବା ସମସ୍ତ ଶ୍ରମିକଙ୍କୁ ମୁକ୍ତ କରନ୍ତୁ, ସେମାନଙ୍କ ନାମରେ ସମସ୍ତ ମାମଲା କୁ ହଟାନ୍ତୁ, ଏବଂ ସମସ୍ତ PSU/ବଡ଼ ବେସରକାରୀ କମ୍ପାନୀରେ ଯେଉଁଠାରେ ଚୁକ୍ତିଭିତ୍ତିକ ନିର୍ମାଣ ଶ୍ରମିକମାନେ ଶ୍ରମ ଆଇନ ଲାଗୁ କରିବା ପାଇଁ ସଂଘର୍ଷ କରିଛନ୍ତି, ସେଠାରେ ସମ୍ମତିପତ୍ର ହାସଲ କରିଥିବା ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି କରନ୍ତୁ। IFTU ଓଡିଶା ରାଜ୍ୟ କମିଟି ତରଫରୁ ଦେଶସାରା ଚାଲୁଥିବା ସମସ୍ତ ଶ୍ରମିକ ଆନ୍ଦୋଳନ ସହ ସହମତି ପ୍ରକାଶ ମଧ୍ୟ କରିଛି I ଏଥିସହିତ ଭାରତର ସମସ୍ତ ଶ୍ରମିକ ଶ୍ରେଣୀ , ସମସ୍ତ ଟ୍ରେଡ୍‌ ୟୁନିଅନ ମାନେ,ମିଳିତ ଆନ୍ଦୋଳନ କୁ ଓଲ୍ହାଇବାକୁ ଆହ୍ୱାନ ମଧ୍ୟ ଦେଇଛି I ଆଜିର ଏହି କାର୍ଯ୍ୟକ୍ରମ ରେ ଇଫଟୁ ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ ଙ୍କ ସମେତ ନମିତା ନାୟକ,ପି. ରମେଶ ରାଓ, ସନ୍ତୋଷ ପାତ୍ର,ରାଧିକା ବିଷୋୟୀ, ଚିତ୍ତ ରଞ୍ଜନ ସାହୁ, ସନ୍ତୋଷ ନାୟକ,ଅର୍ଚନା ନାୟକ, ଶିବାନୀ ଖଟେଇ, ପି. ସୂର୍ଯ୍ୟ ନାରାୟଣ ନାୟକ, ଲିଟୁ ନାୟକ, ପେଦିନୀ ପୁଷ୍ପାଞ୍ଜଳୀ ରୁଦ୍ର ମଲ୍ଲିକ,ପୂଜା ନାୟକ ଙ୍କ ସହ ବିଭିନ୍ନ ବର୍ଗ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ I

Smart Computer Ad
You might also like
error: Content is protected !!