ଦୁନିଆର ଶ୍ରମିକ ଏବଂ ନିଷ୍ପେଷିତ ଲୋକମାନେ ଏକଜୁଟ ହୁଅନ୍ତୁ : ଟିୟୁସିଆଇ

ବ୍ରହ୍ମପୁର,୦୧/୦୫(ନ୍ୟୁଜନର୍ଭ): ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଐତିହାସିକ ମଇ ଦିବସ ଅବସରରେ ବ୍ରହ୍ମପୁର ଫାଷ୍ଟଗେଟ ରୁ ଶ୍ରମିକଙ୍କ ବିଶାଳ ଶୋଭାଯାତ୍ରା ତାଲୁକା ପର୍ଯ୍ୟନ୍ତ ସହର ପରିକ୍ରମା କରି ପୁଣି ଫାଷ୍ଟ ଗେଟ୍ ଠାରେ ଶ୍ରମିକ ସଭା ଅନୁଷ୍ଠିତ ହୋଇ ଥିଲା ଏହି ସଭାରେ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ଜିଲ୍ଲା ସଭାନେତ୍ରୀ ଟି ପାର୍ବତୀ ଅଧ୍ୟକ୍ଷତା କରିଥିଲେ।ଦୁନିଆର ଶ୍ରମିକ ଏବଂ ନିଷ୍ପେଷିତ ଲୋକମାନେ ଏକଜୁଟ ହୁଅନ୍ତୁ : ଟିୟୁସିଆଇ ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ରାଜ୍ୟ ସଂପାଦକ ଶଙ୍କର ଇନକିଲାବ ଐତିହାସିକ ମଇ ଦିବସ ପାଳନର ଆବଶ୍ୟକତା ଏବଂ ୧୪୦ ବର୍ଷପରେ କିଭଳି ନବ୍ୟ ଫାସିବାଦ ନୀତି ଶ୍ରମିକଙ୍କ ସର୍ବସ୍ବ ଲୁଟ୍ କରିବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି ତାହା ବୁଝିବାର ଆବଶ୍ୟକତା ଏବଂ ଏହା ବିରୁଦ୍ଧରେ ସଂଘର୍ଷ କରି ଶ୍ରମିକଙ୍କ ଅଧିକାର ପୁନଃ ସ୍ଥାପନା କରିବା ପାଇଁ ସମସ୍ତ ଶିଳ୍ପ ଶ୍ରମିକ, ଠିକା ଶ୍ରମିକ, ସଂରକ୍ଷିତ ଶ୍ରମିକ, କୃଷି ଶ୍ରମିକ ଏବଂ ସମସ୍ତ ପରିଶ୍ରମୀ ଜନତା ଏକଜୁଟ ହୋଇ ଐକ୍ୟବଦ୍ଧ ସଂଘର୍ଷ କରିବା ପାଇଁ ଆହ୍ୱାନ ଦେଇଥିଲେ । ଶ୍ରମିକ ବିରୋଧୀ ୪ ଶ୍ରମ ସଂହିତା କାର୍ଯ୍ୟକାରୀ କରିବା ପରେ ଆମ ଶ୍ରମଜୀବୀ ଙ୍କ ଅବସ୍ଥା ଦୟନୀୟ ହେଉଥିବା ବେଳେ ଆମେରିକା ଇସ୍ରାଏଲ ର ଇରାନ ବିରୋଧରେ ଯୁଦ୍ଧ ଆମ ହାଣ୍ଡିଶାଳ କୁ ପ୍ରଭାବିତ କରିଛି। ଦୁନିଆର ଶ୍ରମିକ ଏବଂ ନିଷ୍ପେଷିତ ଲୋକମାନେ ଏକଜୁଟ ହୁଅନ୍ତୁ : ଟିୟୁସିଆଇଆମର ଶ୍ରମ ଶକ୍ତି ଓ ସମ୍ବଳକୁ ଲୁଣ୍ଠନ କରିବା ସହ ଶ୍ରମିକଙ୍କ ସମସ୍ତ ଅଧିକାରକୁ ଫାସିବାଦ ଶକ୍ତି ଦମନ କରୁଛନ୍ତି। ଏହି ଫାସିବାଦ ବିରୋଧରେ ସଂଘର୍ଷ କରି ଗଣତନ୍ତ୍ର, ସାମ୍ବିଧାନିକ ମୂଲ୍ୟବୋଧ ଏବଂ ଶ୍ରମିକଙ୍କ ଅଧିକାରର ସୁରକ୍ଷା ପାଇଁ ସଂଗ୍ରାମ ହିଁ ଏକମାତ୍ର ପନ୍ଥା ବୋଲି ଐତିହାସିକ ମଇ ଦିବସ ଶିକ୍ଷା ଦେଇଛି। ଶୋଷଣ, ଅସମାନତା ଏବଂ ଅତ୍ୟାଚାରରୁ ମୁକ୍ତ ହେବା ପାଇଁ ଏକ ସୁସ୍ଥ ସମାଜ ପ୍ରତିଷ୍ଠା ଆବଶ୍ୟକତା ରହିଛି। ଏହି ମଇ ଦିବସରେ ଦିଲ୍ଲୀ ନୋଏଡା ଶ୍ରମିକଙ୍କୁ ମୁକ୍ତ କରିବା, ସମାନ କାର୍ଯ୍ୟ ପାଇଁ ସମାନ ମଜୁରୀ ଏବଂ ସମାନ ଦରମା ପ୍ରଦାନ କରିବା, ଚୁକ୍ତିଭିତ୍ତିକ ଏବଂ ଠିକା କାମକୁ ବନ୍ଦ କରି ସ୍ଥାୟୀ କରିବା, ସମସ୍ତ ଶ୍ରମିକଙ୍କ ପାଇଁ ଚାକିରି ର ସୁରକ୍ଷା ଏବଂ ସାମାଜିକ ସୁରକ୍ଷା, ଶ୍ରମ ଆଇନର କଡ଼ାକଡ଼ି କାର୍ଯ୍ୟକାରିତା, ସଂଗଠିତ ହେବା, ପ୍ରତିବାଦ କରିବା ଏବଂ ଧର୍ମଘଟ କରିବାର ଅଧିକାର, ଠିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ନଚେତ୍ ସମାନ ଦରମା ଦିଅ, ଶ୍ରମିକ ବିରୋଧୀ VBGRAM ଆଇନ୍ ପ୍ରତ୍ୟାହାର କରିବା, ମନରେଗା ଆଇନକୁ ପୁନଃ ସ୍ଥାପନା କରି ବର୍ଷକୁ ୩୦୦ ଦିନର କାମ ଓ ଦୈନିକ ସର୍ବନିମ୍ନ ମଜୁରୀ ୧୦୦୦ ଟଙ୍କା ସୁନିଶ୍ଚିତ କରିବା, କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସହ ଗ୍ରାମୀଣ ଭାରତକୁ ସମୃଦ୍ଧ କରି ଦାଦନ ଯନ୍ତ୍ରଣାରୁ ମୁକ୍ତ କରିବା, ସର୍ବନିମ୍ନ ମଜୁରୀ ଦୈନିକ ୧୦୦୦ ଏବଂ ମାସିକ ୩୦ ହଜାର ଟଙ୍କା ସୁନିଶ୍ଚିତ କରିବା, ସମସ୍ତ ଅସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା, ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଅର୍ଥକୁ ହରିଲୁଟ କରିବା ବନ୍ଦ କରିବା, ସର୍ବନିମ୍ନ ମଜୁରୀ ଆଇନ ଓ ସମାନ କାମକୁ ସମାନ ମଜୁରୀ ଆଇନ ର ଉଲ୍ଲଂଘନ କାରୀଙ୍କୁ ଗିରଫ୍ କରିବା, ଆଠ ଘଣ୍ଟା କର୍ମ ଦିବସକୁ ପୁନରୁଦ୍ଧାର, ରାଜ୍ୟ ସମସ୍ତ ନିର୍ମାଣ ଓ ଅଣ ସଂଗଠିତ ଶ୍ରମିକଙ୍କ ପଞ୍ଜୀକରଣ, ବେନିଫିଟ ଆବେଦନ ର ୪୫ ଦିନ ମଧ୍ୟରେ ସହାୟତା ରାଶି ପ୍ରଦାନ କରିବା ଆଦି ନାନା ପ୍ରକମ୍ପିତ ହେଉଥିଲା। ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ପକ୍ଷରୁ ଶଙ୍କର ଇନକିଲାବ, ପେଦିନୀ ପାର୍ବତୀ, ଯଶୋଦା ନାୟକ, ପ୍ରତାପ ଚନ୍ଦ୍ର ସାହୁ, ପୂର୍ଣବାସୀ ବେହେରା, ସଞ୍ଜୟ ସାହୁ, ଶୁଶାନ୍ତ ଦାଶ, ରୁନୁ ନାହକ, ଲକ୍ଷ୍ମଣ ସେଠୀ, ଅମୂଲ୍ୟ ନାୟକ, ମିଥୁନ ନାହକ, ପି ଯୋଗେନ୍ଦ୍ର ଆଦି ଶ୍ରମିକ ଶୋଭାଯାତ୍ରାର ନେତୃତ୍ୱ ନେବା ସହ ଶ୍ରମିକ ବିରୋଧୀ ନୀତି ଉପରେ ବକ୍ତବ୍ୟ ରଖିଥିଲେ।

You might also like
error: Content is protected !!