ବାଲିଗୁଡା,୩୧/୦୩ ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ଆଜି ସକାଳ ପ୍ରାୟ ୬ଟା ୩୫ମିନିଟ୍ ସମୟରୁ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ସହିତ ବିଜୁଳି ଚମକିବା ଓ ଘଡଘଡି ଶବ୍ଦରେ ପରିବେଶ ଉତ୍ତେଜିତ ହୋଇଯାଇଥିଲା।

ଏହାସହ ପବନ ବେଗ ବଢ଼ିବା ସହ ମେଘ ଗର୍ଜନ ହେବାରୁ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ରହିଥିଲେ। ଏହି ପାଗୁଣିଆ ପରିସ୍ଥିତି ମଧ୍ୟରେ ସକାଳ ପ୍ରାୟ ୭ଟା ସମୟରେ ହଠାତ୍ ବିଦ୍ୟୁତ ସରବରାହ ବିଚ୍ଛିନ୍ନ

ହୋଇଯାଇଥିଲା।ବଜ୍ରପାତ ଓ ବେଗବାନ ପବନର ପ୍ରଭାବରୁ ବିଦ୍ୟୁତ ବ୍ୟବସ୍ଥା ବାଧାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି। ବିଦ୍ୟୁତ ବିଭାଗ ପକ୍ଷରୁ ସମସ୍ୟା ସମାଧାନ ପାଇଁ ପ୍ରୟାସ ଜାରି ରହିଛି।