ବାଲିଗୁଡା,୨୯/୦୩ ସୁକାନ୍ତ କୁମାର ତ୍ରିପାଠୀ
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ଓ କାର୍ଯକାରୀ କମିଟି ନିର୍ବାଚନ ଶନିବାର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସକାଳ ୭:୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହୋଇଥିବା ବେଳେ ୪ଟା ପରେ ଭୋଟ ଗଣନା କରାଯାଇଥିଲା।ନିର୍ବାଚନରେ ସଭାପତି ଭାବେ ଟି. ହରିଶ୍ଚନ୍ଦ୍ର ରାଓ, ଉପସଭାପତି ଭାବେ ରାମକୃଷ୍ଣ ଦାସ, ସମ୍ପାଦକ ଭାବେ ଅନିଲ କୁମାର ଦାସ, ସହ-ସମ୍ପାଦକ ଭାବେ ନୀଳାଦ୍ରି କେଶରୀ ସାହାଣୀ, କୋଷାଧକ୍ଷ ଭାବେ ମାନସ ରଞ୍ଜନ ପଣ୍ଡା, ଲାଇବ୍ରେରୀ ସମ୍ପାଦିକା ଭାବେ ନିବେଦିତା ମଲ୍ଲିକ ଓ ସହକାରୀ ଲାଇବ୍ରେରୀ ସମ୍ପାଦିକା ଭାବେ ତନ୍ମୟୀ ପଟ୍ଟନାୟକ ନିର୍ବାଚିତ

ହୋଇଛନ୍ତି।ଉପସଭାପତି ପଦବୀ ପାଇଁ ହୋଇଥିବା ପ୍ରତିସ୍ପର୍ଦ୍ଧାରେ ରାମକୃଷ୍ଣ ଦାସ ଓ ରାମଚନ୍ଦ୍ର ସିଂ ପାତ୍ର ମଞ୍ଚରେ ଥିବା ବେଳେ, ମୋଟ ୩୬ଟି ଭୋଟ ମଧ୍ୟରୁ ଶ୍ରୀ ଦାସ ୩୧ଟି ଭୋଟ ପାଇ ବିଜୟୀ ହୋଇଥିଲେ। ଶ୍ରୀ ପାତ୍ର ୩ଟି ଭୋଟ ପାଇ ପରାଜିତ ହୋଇଥିବା ବେଳେ ୨ଟି ଭୋଟ ନାକଚ ହୋଇଥିଲା।ଏହା ସହିତ ସଭାପତି, ସମ୍ପାଦକ ଓ କୋଷାଧକ୍ଷ ପଦବୀ ପାଇଁ କୌଣସି ପ୍ରତିଦ୍ବନ୍ଦୀ ନ ଥିବାରୁ ସେମାନେ ନିର୍ବିରୋଧରେ ନିର୍ବାଚିତ ହୋଇଥିବା ବିଷୟ ନିର୍ବାଚନ ଅଧିକାରୀ ସୁବ୍ରତ ପ୍ରଧାନ ସୂଚନା ଦେଇଛନ୍ତି।