ବ୍ରହ୍ଣପୁର, ବିଚିତ୍ର ସାହୁ: ବ୍ରହ୍ଣପୁର ସନ୍ନିଜଟ ମହୁଡା ର ଭୈରବୀ ଉଚ୍ଚବିଦ୍ୟାଳର ବାର୍ଷିଜ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ଧନୁ ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସହବରେ ମୁଖ୍ୟ ଅତିଥି ରୂପେ ନିଖିଳ ଉତ୍କଳ ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୂ ମହାରଣା, ସମ୍ମାନିତ ଅତିଥି ରୂପେ ମହୁଡା ଫାର୍ମାସିଷ୍ଟ ମହାବିଦ୍ୟାଳୟର ଆଧ୍ୟକ୍ଷ ଡ଼କ୍ଟର ଦେବାଶିଷପଣ୍ଡା, ମୁଖ୍ୟ ବକ୍ତା ରୂପେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଜିଲ୍ଲା ବିଭାଗ ବିମର୍ଶ ସଂଯୋଜକ ରାମପ୍ରସାଦ ପଟ୍ଟନାୟକ,ଗଞ୍ଜାମର ବିଶିଷ୍ଟ କଣ୍ଠ ଶିଳ୍ପୀ ମନୋଜ କୁମାର ପାଣିଗ୍ରାହୀ,ସ୍ଥାନୀୟ ସରପଞ୍ଚ ସୁଦେଷ୍ଣା ସାହୁ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ମାତା, ପିତା ଓ ଗୁରୁ ମାନଙ୍କୁ ଭକ୍ତି କରି ଏବଂ ନିର୍ଦ୍ଧିଷ୍ଟ ଲକ୍ଷ ନେଇ ଅଧ୍ୟୟନ କଲେ ଭବିଷ୍ୟତରେ ଭଲ ମଣିଷ ହୋଇ ସମାଜରେ ଆଦୃତ ହୋଇପାରିବ ବୋଲି ପ୍ରକାଶ କରିଥିଲେ l ପରାମ୍ଭରେ ଅତିଥି ମାନେ ବିଦ୍ୟାଳୟ ପ୍ରତିଷ୍ଠାତା ସ୍ବର୍ଗତ ଉଦ୍ଧବ ବିଶୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ବରିଷ୍ଠ ଶିକ୍ଷକ ସୁଦର୍ଶନ ମଣ୍ଡଳ ବିଦ୍ୟାଳୟ ବିବରଣୀ ପ୍ରଦାନ କରି ସଭା ସଂଯୋଜନା କରିଥିଲେ l ଶିକ୍ଷୟିତ୍ରୀ ମିନତୀ ନାୟକ, ସୁନନ୍ଦା ମଧୁସ୍ମିତା କଁଅର, ବିଷ୍ନୁପ୍ରିୟା ସାହୁ, ଶିକ୍ଷକ ଆଶିଷ କୁମାର ପାଢ଼ୀ, ନିଶିଥ କୁମାର ପ୍ରଧାନ, ଲାଲମୋହନ ନାହାକ, ବିଜୟ ଲଷ୍ମୀ ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଅତିଥି ମାନେ କୃତୀ ପ୍ରତିଯୋଗଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ବିତରଣ କରିଥିଲେ l ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କର୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯଇଥିଲା l