ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘର ଆନୁକୂଲ୍ୟରେ ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସୁନ୍ଦରଗଡ଼ ବିଜୟୀ


ବାଲିଗୁଡା, ୦୫/୦୨: ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘର ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ଆୟୋଜିତ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ୨୦୨୬ ର ଦ୍ୱିତୀୟ ଦିନର ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ଦୋସ୍ତ ବ୍ରଦର ସୁନ୍ଦରଗଡ଼ ଦଳ ୧–୦ ଗୋଲରେ ପପୁଲାର କ୍ଲବ, ଢେଙ୍କାନାଳକୁ ପରାସ୍ତ କରି ବିଜୟୀ ହୋଇଛି।ଏହି ଆକର୍ଷଣୀୟ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ ଉପସ୍ଥିତ ଥିବାବେଳେ, ସମ୍ମାନିତ ଅତିଥି ଭାବେ ବରିଷ୍ଠ କ୍ରୀଡ଼ାବିତ ମୃତ୍ୟୁଞ୍ଜୟ ପ୍ରଧାନୀ, ଯୁବ ଆଇନଜୀବୀ ବି. ଶ୍ରୀକାନ୍ତ, ତୃପ୍ତି ରେଷ୍ଟୁରାଣ୍ଟର ସତ୍ତ୍ୱାଧିକାରୀ ଶ୍ରୀଧର ପାଳ, ଉପଦେଷ୍ଟା ଶେଖ ସାଦିକ, ଉପ-ସଭାପତି ସତ୍ୟନାରାୟଣ ପାଢ଼ୀ, ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ ଦୀପ ଧୂପ ପ୍ରଜ୍ଜ୍ୱଳନ ପୂର୍ବକ ଖେଳର ଆନୁଷ୍ଠାନିକ ଉଦଘାଟନ କରିଥିଲେ।ଏହି ମ୍ୟାଚରେ ସୁନ୍ଦରଗଡ଼ ଦଳର ଖେଳାଳୀ ଅଶାନ୍ତ କେରକେଟାଙ୍କୁ “ମ୍ୟାନ ଅଫ ଦି ମ୍ୟାଚ” ଭାବେ ଘୋଷଣା କରାଯାଇଥିଲା। ମ୍ୟାଚକୁ ମୁଖ୍ୟ ରେଫେରୀ ଭାବେ ଜିତେନ୍ଦ୍ର ସ୍ୱାଇଁ ଓ ସହଯୋଗୀ ରେଫେରୀ ଶଶାଙ୍କ ପ୍ରଧାନ, ଶମ୍ଭୁନାଥ ମଲ୍ଲିକ ଓ କାମାକ୍ଷା ପ୍ରସାଦ ପ୍ରଧାନ ପରିଚାଳନା କରିଥିଲେ।ଆଗାମୀ ୬ ତାରିଖ ତୃତୀୟ ଦିନର ପ୍ରଥମ ସେମିଫାଇନାଲ ମ୍ୟାଚରେ ଏଫ.ସି.

ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘର ଆନୁକୂଲ୍ୟରେ ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସୁନ୍ଦରଗଡ଼ ବିଜୟୀ

ସମ୍ବଲପୁର ଓ ଦୋସ୍ତ ବ୍ରଦର ସୁନ୍ଦରଗଡ଼ ମଧ୍ୟରେ ମୁକାବିଲା ହେବ।ଏହି ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁର ଏଫ.ସି., ଦୋସ୍ତ ବ୍ରଦର ସୁନ୍ଦରଗଡ଼, ପପୁଲାର କ୍ଲବ ଢେଙ୍କାନାଳ, ୟୁ.ଏସ.ସି. ବରଗଡ଼, ଏଫ.ପି.ଏସ.ଏ. ଜଟଣୀ, ଜଗା ୟୁନାଇଟେଡ଼ ଭୁବନେଶ୍ୱର, ଜେ.ଡି. କ୍ଲବ ଫୁଲବାଣୀ ସହ ବିଭିନ୍ନ ରାଜ୍ୟର ବଛାବଛା ଦଳ ଅଂଶଗ୍ରହଣ କରୁଛନ୍ତି।୧୦ ତାରିଖ ଦିନ ବରଗଡ଼ ଓ ଭୁବନେଶ୍ୱର ମଧ୍ୟରେ ମହିଳା ଫୁଟବଲ ମ୍ୟାଚ ହେବାକୁ ଥିବାବେଳେ, ୧୧ ତାରିଖ ଦିନ ଫାଇନାଲ ମ୍ୟାଚ ସହ ଉଦଯାପନୀ ସମାରୋହ ଆୟୋଜିତ ହେବ। ପ୍ରତିଦିନର ମ୍ୟାଚ ଅପରାହ୍ନ ୨ଟା ୩୦ମିନିଟରୁ ଆରମ୍ଭ ହେବାକୁ ଥିବାବେଳେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅପରାହ୍ନ ୨ଟାରୁ ଆରମ୍ଭ କରାଯିବ।ଏହି କ୍ରୀଡା ଆୟୋଜନର ସଫଳ ପରିଚାଳନାରେ ଉପଦେଷ୍ଟା ମଣ୍ଡଳୀର ଦେବବ୍ରତ ସିଂଦେଓ, ସୁରେନ୍ଦ୍ର କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ, ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ ସହ ସମସ୍ତ ସଦସ୍ୟ ଖେଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସକ୍ରିୟ ସହଯୋଗ କରିଥିଲେ।

Smart Computer Ad
You might also like
error: Content is protected !!