ନାବାଳିକା ଅପହରଣ ପରେ ଦୁଷ୍କର୍ମ ଉଦ୍ୟମ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ତୁମୁଡ଼ିବନ୍ଧ ପୋଲିସ

ବାଲିଗୁଡା: ୪/୨ : ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାର ବେଲଘର ଥାନା ଅଞ୍ଚଳରେ ଘଟିଥିବା ଜଘନ୍ୟ ନାବାଳିକା ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣାରେ ତୁମୁଡ଼ିବନ୍ଧ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ଦୁଇ ଯୁବକ ଅଭିଯୁକ୍ତଙ୍କୁ ଗିରଫ କରିଛି।ସୂଚନା ଅନୁସାରେ, ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ଝିଅ ଗାଧୋଇବା ପାଇଁ ଯାଇ ପୋଷାକ ପିନ୍ଧୁଥିବା ସମୟରେ ଛପି ରହିଥିବା ଦୁଇ ଯୁବକ ହଠାତ୍ ଝିଅର ପାଟି ଦବାଇ ପାଖରେ ଥିବା ଜଙ୍ଗଲକୁ ଉଠାଇ ନେଇଥିଲେ। ସେଠାରେ ଝିଅକୁ ବଳାତ୍କାର କରିବାକୁ ଉଦ୍ୟମ କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ।ପୀଡ଼ିତା ମନା କରିବାରୁ ଅଭିଯୁକ୍ତମାନେ ମୋବାଇଲ ଫୋନ୍‌ରେ ଝିଅର ଭିଡିଓ ଉତ୍ତଳନ କରି

YouTube video

ଶାରୀରିକ ସମ୍ପର୍କ ନ ରଖିଲେ ଭିଡିଓକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଏହାସହ ଝିଅକୁ ମାଡ଼ ମାରି ଜଙ୍ଗଲରେ ହାତ ବାନ୍ଧି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି।ଘଟଣା ପରେ ପୀଡ଼ିତା ଓ ତାଙ୍କ ବାପା ବେଲଘର ଥାନାରେ ଏତଲା ଦାଖଲ କରିଥିଲେ। ଅଭିଯୋଗ ପାଇଁ ୨୪ ଘଣ୍ଟା ମଧ୍ୟରେ ତୁମୁଡ଼ିବନ୍ଧ ପୋଲିସ ଏକ ବିଶେଷ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ କାବୁ କରାଯାଇ 10/26 ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

Smart Computer Ad
You might also like
error: Content is protected !!