ନୀଳମାଧବ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ନୟାଗଡ଼(ପ୍ରଭାକର ଶିରୋମଣି):-
କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟ  କଲେଜ ପଡ଼ିଆରେ ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ୪୨ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଯାଇଛି। ସୂଚନାଯୋଗ୍ୟ ଗୁରୁବାର ପୂର୍ବାହ୍ନରେ ଛାତ୍ର ଛାତ୍ରୀମାନେ ମହାପ୍ରଭୁ ଶ୍ରୀ ନୀଳମାଧବଙ୍କ ଦର୍ଶନ କରି ଏକ ମଶାଲ ଶୋଭାଯାତ୍ରାରେ ଆସି ମହାବିଦ୍ୟାଳୟ କ୍ରୀଡାଙ୍ଗନ ରେ ପହଁଚିବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା କ୍ରୀଡ଼ା ସଭାପତି ଡ଼ ନନ୍ଦିତା ବାରିକ କ୍ରୀଡା ପତାକାକୁ ଉତ୍ତୋଳନ କରି ଉଦଘାଟନ କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଣଶିକ୍ଷକ ଓ ଛାତ୍ର, ଛାତ୍ରୀ ମାନେ ଯୋଗଦେଇଥିଲେ। ଦୁଇଦିନ ଧରି କ୍ରୀଡା ପ୍ରତିଯୋଗିତାଅନୁଷ୍ଠିତ ହୋଇଥିଲା l କ୍ରୀଡା ଉପ ସଭାପତି ପ୍ରଭାତ କୁମାର ବେହେରା ଓ ମହାବିଦ୍ୟାଳୟ କ୍ରୀଡା ବିଭାଗ ଶିକ୍ଷକ ଅଶୋକ  ବେହେରାଙ୍କ ତତ୍ତ୍ଵାବଧାନରେ ୨୦୨୫/୨୬ ବର୍ଷରେ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଯଥା ୧୦୦/୨୦୦ ମିଟର ଦୌଡ, ଜାଭଲିନ ଥ୍ରୋ, ଶର୍ଟ ପୁଟ, ଲଂଗ ଜମ୍ପ,ଉଚ୍ଚଡ଼ିଆଁ, ଡିଷ୍କଷ ଥ୍ରୋ,ଅନ୍ୟାନ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ବୋଲି ସୂଚନା ମିଳିଛି। ଯୁକ୍ତ ଦୁଇ ରୁ ୨୫୦ ଜଣ ଓ ଯୁକ୍ତ ତିନ ରୁ ୨୨୫ ଜଣ ମୋଟ ୪୭୫ ଜଣ ଛାତ୍ର ଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଯାହାକି ଶ୍ରୀ ବେହେରାଙ୍କ ଚାକିରି ସମୟରେ ସର୍ବ କାଳୀନ ରେକର୍ଡ ସଂଖ୍ୟକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ବୋଲି ଖୁସିର ସହ ପ୍ରକାଶ କରିଥିଲେ। କଲେଜ୍ ଇତିହାସରେ ଏହା ପ୍ରଥମ ବୋଲି କଲେଜ କ୍ରୀଡା ଶିକ୍ଷକ ଅଶୋକ ବେହେରା ପ୍ରକାଶ କରିଥିଲେ। ପ୍ରତିଯୋଗିତା ଅଂଶ ଗ୍ରହଣ କରିଥିବା ଛାତ୍ର, ଛାତ୍ରୀଙ୍କ କ୍ରୀଡାକୁ ପରିଚାଳନା କରିବାକୁ ବିଭିନ୍ନ ସ୍କୁଲ, କଲେଜ ରୁ ବଛା ବଛା ୫ ଜଣ କ୍ରୀଡା ଅଧ୍ୟାପକ ଓ ଶିକ୍ଷକ ସହଯୋଗ କରିଥିଲେ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ। +୩ ବିଜ୍ଞାନ ୨ୟ ବର୍ଷ ଛାତ୍ର ସୌମ୍ୟ ରଞ୍ଜନ ସୁବୁଦ୍ଧି ଓ +୩ କଳା ୨ୟ ବର୍ଷ ଛାତ୍ରୀ ମାମିନା ନାୟକ ଉଭୟ ଚାମ୍ପିଅନ ହୋଇଥିଲେ ତତ୍ ସହିତ +୨ କଳା ୨ୟ ବର୍ଷ ଛାତ୍ର ସିପୁନ ଦାସ ଓ +୨ କଳା ପ୍ରଥମ ବର୍ଷ ଛାତ୍ରୀ ସୁପ�

You might also like
error: Content is protected !!