ବାଲିଗୁଡ଼ା ଠାରେ ବଳିଷ୍ଠ ନାଗରିକ ସଂଘ ର ନୂତନ କର୍ମକର୍ତ୍ତା ଚୟନ

ବାଲିଗୁଡ଼ା,୩୦/୦୭(ସୁକାନ୍ତ କୁମାର ତ୍ରିପାଠୀ):

ବଳିଷ୍ଠ ନାଗରିକ ସଂଘ ବାଲିଗୁଡ଼ା ଠାରେ ନୂତନ କର୍ମକର୍ତ୍ତା ଚୟନ ସଭା ସମ୍ପ୍ରତି ଅନୁଷ୍ଠିତ ହୋଇଯାଇଛି। ସର୍ବସମ୍ମତିକ୍ରମେ ସଂଘର ସଭାପତି ଭାବେ ଡ଼. ମଧୁସୂଦନ ମହାପାତ୍ର, ଉପସଭାପତି ଭାବେ ନନ୍ଦ କିଶୋର ପଣ୍ଡା, ସମ୍ପାଦକ ଭାବେ ପ୍ରକାଶ ଚନ୍ଦ୍ର ନାୟକ, ସହ-ସମ୍ପାଦକ ଭାବେ ସନ୍ୟାସୀ ନାୟକ ଏବଂ କୋଷାଧ୍ୟକ୍ଷ ଭାବେ ହୃଷିକେଶ ମହାରଣା ନିର୍ବାଚିତ ହୋଇଥିଲେ।ନିର୍ବାଚନ ପରେ ବିଦାୟୀ ସଭାପତି ନୂତନ କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରାଇଥିଲେ। ପରେ ଆୟୋଜିତ ସଭାରେ ମନ୍ମଥ କୁମାର ରାଉଳ, ପ୍ରହ୍ଲାଦ ଲେଙ୍କା ଓ ପ୍ରାକ୍ତନ ସଭାପତି ଶ୍ରୀ ଚିନ୍ତାମଣି ମିଶ୍ର ନିଜ ନିଜର ଅନୁଭୂତି ବ୍ୟକ୍ତ କରିବା ସହ ନୂତନ କର୍ମକର୍ତ୍ତାମାନଙ୍କୁ ସଂଘର ଉନ୍ନତି ଓ ସେବାମୂଳକ କାର୍ଯ୍ୟରେ ସଫଳତାର ସହ ଅଗ୍ରସର ହେବା ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରିଥିଲେ।

You might also like
error: Content is protected !!