ବାଲିଗୁଡା, ୩୦/୦୭: ସୁକାନ୍ତ କୁମାର ତ୍ରିପାଠୀ
ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଗୁରୁବାର ଆଇବିଏମ୍ (IBM) ପକ୍ଷରୁ କୃତ୍ରିମ ବୁଦ୍ଧିମତ୍ତା (Artificial Intelligence-AI) ସମ୍ପର୍କିତ ଏକ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଭୁବନେଶ୍ୱରରୁ ଆସିଥିବା ମାଷ୍ଟର ଟ୍ରେନର ସୁଦୀପ୍ତ କୁମାର ସାହୁ ପ୍ରାୟ ତିନି ଘଣ୍ଟିଆ ସେସନ୍ରେ ମୋବାଇଲ୍ ବିଏସଏନଏଲ୍ ଫ୍ରି ୱାଇ-ଫାଇ ଓ ସ୍ଲାଇଡ୍ ପ୍ରୋଜେକ୍ଟର ମାଧ୍ୟମରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର, ସମ୍ଭାବନା ଏବଂ ଭବିଷ୍ୟତ ସୁଯୋଗ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। ତାଲିମ

ଶେଷରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଏବଂ ସଫଳ ଅଂଶଗ୍ରହଣକାରୀଙ୍କୁ ଡିଜିଟାଲ୍ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତିଭୂଷଣ ଆଚାର୍ଯ୍ୟଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ୍ତ କୁମାର ନାୟକ, ଆଇକ୍ୟୁଏସି (IQAC) ସଂଯୋଜକ ହିମାଂଶୁଚରଣ ସାହୁ, କହ୍ନୁଚରଣ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ତାପସ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।