ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ସ୍ଥାନୀୟ ସାଂସ୍କୃତିକ ଦଳଙ୍କ ଚୟନ ୧୫ ଏବଂ ୧୬ ତାରିଖରେ ହେବ

ଛତ୍ରପୁର,(ବିଚିତ୍ର ସାହୁ):-

ରାଜ୍ଯ ସରକାରଙ୍କ ବାଣିଜ୍ଯ ଓ ପରିବହନ ଏବଂ ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗୋପାଳପୁର ଠାରେ ଚଳିତ ମାସ ୨୨ ରୁ ୨୬ ତାରିଖ ପର୍ଯ୍ଯନ୍ତ “ବେଳାଭୂମି ମହୋତ୍ସବ” ଅନୁଷ୍ଠିତ ହେବ । ମହୋତ୍ସବରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ସ୍ଥାନୀୟ ପ୍ରତିଭା ଏବଂ ସାଂସ୍କୃତିକ ଦଳଙ୍କ ଚୟନ ୧୫ ଏବଂ ୧୬ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ କରାଯିବ । ଇଛୁକ ସାଂସ୍କୃତିକ ଦଳ ମାନେ ନିର୍ଦ୍ଦିଷ୍ଟ ସ୍ଥାନ ଓ ସମୟରେ ନାମ ପଞ୍ଜିକରଣ କରାଇ ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ପାଇଁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି ମହୋତ୍ସବରେ ସ୍ମରଣିକା “ଶାମୁକା”ରେ ଜିଲ୍ଲାର କଳା, ସାହିତ୍ଯ, ସଂସ୍କୃତି, ପରଂପରା, ପର୍ଯ୍ୟଟନ ଇତ୍ୟାଦି ସମ୍ପର୍କିତ ଉଚ୍ଚକୋଟୀର ଆଲେଖ୍ଯ ପ୍ରକାଶ ପାଇବ । ସାହିତ୍ୟିକ ଏବଂ ଲେଖକ ମାନଙ୍କୁ ganjamdipro@gmail.com ଏବଂ ୯୪୩୮୫୪୧୨୨୨/୭୦୦୮୦୫୬୩୫୪ ମୋବାଇଲ୍ ନମ୍ବରରେ ଉଚ୍ଚକୋଟିର ନିଜସ୍ବ ଲେଖା ଚାରି/ପାଞ୍ଚ ଦିନ ମଧ୍ୟରେ ପଠାଇବା ପାଇଁ ଅନୁରୋଧ କରାଯାଉଛି । ଲେଖକ ମାନଙ୍କୁ ଲେଖା ସହିତ ନିଜର ନାମ, ଠିକଣା, ମୋବାଇଲ୍ ନମ୍ବର ଏବଂ ରଙ୍ଗୀନ୍ ପାସ୍ ପୋର୍ଟ ସାଇଜ୍ ଫଟୋ ପଠାଇବା ପାଇଁ ଅନୁରୋଧ । ସୌରଭ ପ୍ରଧାନଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଞ୍ଜାମ, ଛତ୍ରପୁର

You might also like
error: Content is protected !!