ବ୍ରାହ୍ମଣ ପୁରୋହିତଙ୍କ ମନ୍ତ୍ର ଧ୍ଵନି ମଧ୍ୟରେ ଉଦଘାଟିତ ହେଲା 13 ତମ ବ୍ରହ୍ମପୁର ମହାନଗର ମହୋତ୍ସବ

ବ୍ରହ୍ମପୁର,(ବିଚିତ୍ର ସାହୁ):-

: ଶୁକ୍ରବାର ସନ୍ଧ୍ୟାରେ ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ 13ତମ ବ୍ରହ୍ମପୁର ମହାନଗର ମହୋତ୍ସବ ଉଦଘାଟିତ ହୋଇଛି. ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ର ସଦସ୍ୟଙ୍କ ବେଦମନ୍ତ୍ର ପାଠ ଓ ଶ୍ଳୋକ ଧ୍ଵନିରେ ମଞ୍ଚ ଉପରେ ସ୍ଥାପିତ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦ୍ବୀପ ପ୍ରଜ୍ବଳନ କରି ମହୋତ୍ସବକୁ ଉଦଘାଟନ କରିଛନ୍ତି କମିଟି ସଭାପତି ଗୋପାଳ ପଟ୍ଟନାୟକ. ଉଦଘାଟନୀ ଉତ୍ସବରେ ଆବାହକ ଇଂ ଉମା ଶଙ୍କର ପାଣିଗ୍ରାହୀ, ସମ୍ପାଦକ ନାରାୟଣ ମହାଙ୍କୁଡ, ଉପସଭାପତି ଅନିଲ କୁମାର ପାତ୍ର, ମିହିର ତ୍ରିପାଠୀ ଏବଂ ରାମ ପ୍ରସାଦ ସାମଲ, ସହ ସମ୍ପାଦକ ଶିବ ନାରାୟଣ ପଣ୍ଡା, ଗୌରୀ ଶଙ୍କର ମିଶ୍ର, ସାଂସ୍କୃତିକ ସଂଯୋଜକ କାର୍ତ୍ତିକ ପାଣିଗ୍ରାହୀ,ଆଇନ ପରାମର୍ଶଦାତା ଅରୁଣ ସ୍ୱାଇଁ,ମିଡ଼ିଆ ସଂଯୋଜକ ମୃତ୍ୟୁଞ୍ଜୟ ସାହୁ, ଅଭିରାମ ପାତ୍ର, ସୁଦର୍ଶନ ପରିଡା, ରୁଦ୍ର ନାରାୟଣ ନାୟକ, ବରିଷ୍ଠ ସାମ୍ବାଦିକ କ୍ଷୀରସିନ୍ଧୁ ମହାନ୍ତି, ଗୋକୁଳ ତ୍ରିପାଠୀ, ସାଂସଦ ପ୍ରତିନିଧି ବାଳକୃଷ୍ଣ ସାମନ୍ତରା, ପ୍ରମୁଖ ମଂଚାସୀନ ଥିଲେ. ଉଦଘାଟନୀ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ସଭାପତି ସୁଶାନ୍ତ କର ଙ୍କ ସମେତ 108 ସମିତି ସଦସ୍ୟ ଙ୍କୁ ଆୟୋଜନ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା.ପରେ ପରେ ଉପାନ୍ତ ସାହିତ୍ୟ ସଂସଦ, ପାତ୍ରପୁର ଅଂଚଳର 30ଜଣ କବି ଓ କାବ୍ୟୟତ୍ରୀ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ. କବିତା ଆସର ଶେଷରେ ସମସ୍ତ କବି ଓ କାବ୍ୟୟତ୍ରୀ ଙ୍କୁ ମାନପତ୍ର ଓ ଉପଢୌକନ ରେ ସମ୍ବର୍ଦ୍ଧିତ କରାଯାଇଥିଲା.ପରେ ମଞ୍ଚରେ ଆୟୋଜିତ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା. ସମୁଦାୟ 15ଟି ଦଳ ନିଜ ନିଜ କଳା ପ୍ରଦର୍ଶନ କରିଥିବା ବେଳେ ଓଡିଶା ରାଜ୍ୟ ସାଂସ୍କୃତି ବିଭାଗ ପକ୍ଷରୁ ସୁଗମ ସଂଗୀତ କୁ ରାଜକିଶୋର ବାରିକ ଏବଂ ସାଥି ଭକ୍ତିଅଞ୍ଜଳି ଭଜନ ସନ୍ଧ୍ୟା ପରିବେଷଣ କରିଥିଲେ.ଏହି ଅବସରରେ ଆରାଧ୍ୟା ଡ୍ୟାନ୍ସ ଏକାଡେମୀ,ନେକ୍ସଟ ଲେବେଲ ଡ୍ୟାନ୍ସ ସ୍ଟୁଡ଼ିଓ,ମା ସରସ୍ବତୀ ଡ୍ୟାନ୍ସ ଏକାଡେମୀ,ଅନିରୁଦ୍ଧ ଡ୍ୟାନ୍ସ ଏକାଡେମୀ,ମିନାକ୍ଷୀ ନଗର ସେଣ୍ଟ ଜାଭିଅର ହାଇସ୍କୁଲ,ଆଦି ନାରାୟଣ ପ୍ଲେ ସ୍କୂଲ,କ୍ରେଜି ଷ୍ଟାର ଏକାଡେମୀ,ଅମାଜିଙ୍ଗ ଡ୍ୟାନ୍ସ କ୍ରୁ,ଦୀପାୟନ ମ୍ୟୁଜିକ ଏକାଡେମୀ,ଛତ୍ରପୁର ର ପ୍ରଗତି କଳାକେନ୍ଦ୍ର,ସଂରଚନା,ନୁପୁର ଅନୁଷ୍ଠାନ,ଟାଏକୋଣ୍ଡ ଆସୋସିଏସନର କୁନିକୁନି କଳାକାର ଯଥାକ୍ରମେ ସମ୍ବଲପୁରୀ, ଦେଶିଆ,ଜୋକର ଡ୍ୟାନ୍ସ, ଦେଶାତ୍ମବୋଧକ ନୃତ୍ୟ ଇତ୍ୟାଦି ପରିବେଷଣ କରିଥିଲେ. ଏହି ଅବସରରେ ସମସ୍ତ କଳାକାରଙ୍କୁ ପୁରସ୍କୃତ କରାଯାଇଥିଲା.ଉଦଘାଟନୀ ଉତ୍ସବର ପ୍ରଥମ ରାଜନୀର କାର୍ଯକ୍ରମକୁ ସଂଯୋଜନା କରିଥିଲେ କାର୍ତ୍ତିକ ପାଣିଗ୍ରାହୀ. ମଞ୍ଚ ପରିଚାଳନା କରିଥିଲେ ସୂର୍ଯ୍ୟ ପାତ୍ର ଓ ରଶ୍ମିତା ପାଣିଗ୍ରାହୀ.

You might also like
error: Content is protected !!