ଟାଙ୍ଗଣା ପଲ୍ଲୀ ସେବାନିବୃତ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ବଣଭୋଜି ଓ ନୂତନ କର୍ମକର୍ତ୍ତା ଚୟନ

ଛାତ୍ରପୁର,(ବିଚିତ୍ର ସାହୁ):-

ଛାତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ଵର ସେବାନିବୃତ୍ତ ଶିକ୍ଷକ ଓ କର୍ମଚାରୀ ବିକାଶ ମଞ୍ଚର ବାର୍ଷିକ ବଣ ଭୋଜି କାର୍ଯ୍ୟକ୍ରମ ସିଂହାସନି ପୀଠରେ ଆୟୋଜିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଗଦାଧର ରାଉଳ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବରିଷ୍ଠ ମାନେ ପରସ୍ପର ବନ୍ଧୁତା ରକ୍ଷା କରି ଉତ୍ତର ପୀଢ଼ିଙ୍କୁ ସଂସ୍କାର ଦେବାପାଇଁ ପରାମର୍ଶ ଦେଇଥିଲେ l ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୂ ମହାରଣା ବରିଷ୍ଠ ମାନେ ହୃଦୟ ସ୍ଵଛତା ସହ ଭାଇଚାରା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ l ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା ସମାଜରେ ସାମ୍ପ୍ରତିକ ପରିସ୍ଥିତିରେ ବରିଷ୍ଠ ମାନଙ୍କ ସ୍ଥିତି ଉପରେ ମତବ୍ୟକ୍ତ କରିଥିଲେ l ସଭାପତି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ପତିତପାବନ ବିଷୋୟୀ ବିବରଣୀ ପ୍ରଦାନ କରିଥିଲେ l ପରେ ଆଗାମୀ ଦୁଇ ବର୍ଷ ପାଇଁ ସଭାପତି ରୂପେ ଶିଶିର କୁମାର ଶତପଥୀ, ଉପସଭାପତି ରୂପେ ପତିତପାବନ ବିଷୋୟୀ ଏବଂ ସମ୍ପାଦକ ରୂପେ ସୁରେନ୍ଦ୍ର କୁମାର ବେହେରାଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା l ଅନ୍ୟ ମାନଙ୍କ ମଧରେ ବରିଷ୍ଠ ସଦସ୍ୟ ଲଷ୍ମୀନାରାୟଣ ଶତପଥୀ, ଅନ୍ତର୍ଯ୍ୟାମୀ ଶତପଥୀ ପ୍ରମୁଖ ଉଦବୋଧନ ଦେଇ ସଂଗଠନକୁ ଦୃଢ଼ୀଭୂତ କରିବା ପାଇଁ ପରାମର୍ଶ ଦେଇଥିଥିଲେ l

You might also like
error: Content is protected !!