ବାଲିଗୁଡାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡା,୦୭/୦୧ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ,ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭମ ଭୋସଲେ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ lପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଉକ୍ତ ଦିନ ପ୍ରତ୍ୟୁଷ ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ସମଗ୍ର ସହରରେ ରାମଧୁନ ପରିବେଷଣ କରାଯିବ l ସକାଳ ଘ ୮.୩୦ ମିନିଟ୍ ରେ

ବାଲିଗୁଡାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ମିନି ଷ୍ଟାଡିୟମ୍ ଠାରେ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ lପ୍ୟାରେଡ୍ ଅଭ୍ୟାସ ନିମନ୍ତେ ୨୨, ୨୩ ଓ ୨୪ ତାରିଖ ତିନିଦିନ ଧରି ଅଭ୍ୟାସ କରାଯିବା ନିମନ୍ତେ ସ୍ଥିର କରାଯାଇଛି ଓ ୨୫ ତାରିଖ ଦିନ ଏକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜନ କରାଯିବ lବିଭିନ୍ନ ପ୍ରତିଯୋଗିତା ଗୁଡିକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ହେବା ସହ ବିଭିନ୍ନ ବିଭାଗ ର ଅଧିକାରୀ ଓ ବ୍ୟକ୍ତି ବିଶେଷଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି lଏଥିରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଶିବ ଶଙ୍କର ସମରଥ,ସୂଚନା ଓ ଲୋକ ସମ୍ପର୍କ ବିଭାଗ କର୍ମଚାରୀ ଅଭିମନ୍ୟୁ ପ୍ରଧାନ, ରଶ୍ମି ରଞ୍ଜନ ମହାରଣା,ଶିକ୍ଷକ ତୀର୍ଥବାସୀ,ବିଭିନ୍ନ ବିଭାଗୀୟ ଅଧିକାରୀ ଘଡାଇ ପ୍ରମୁଖ ଉପସ୍ଥିତ ରହିଥିଲେ l

You might also like
error: Content is protected !!