ଗୁରୁକୁଳ ଇଣ୍ଟରନ୍ୟାସନାଲର ବାର୍ଷିକ ଉତ୍ସବ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ସ୍ଥାନୀୟ ଗୁଡସେଡ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲର ବୁଧବାର ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ଉଦ୍ଘାଟକ ଭାବେ ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗଦେଇଥିଲେ। ମୂଖ୍ୟବକ୍ତା ଭାବେ ପ୍ରେସ କ୍ଲବ ସଭାପତି ଅଶୋକ କୁମାର ବ୍ରହ୍ମା ଯୋଗଦେଇଥିଲେ। ସେହିପରି ପୂର୍ବତନ ବିଧାୟକ ଜଗନ୍ନାଥ ପ୍ରସାଦର ସୀମାଞ୍ଚଳ ବେହେରା ଓ ଗଞ୍ଜାମ ବାର ସଭାପତି ମନୋଜ ପଟ୍ଟନାୟକ ଅତିଥି ଭାବେ ଉପସ୍ଥିତ ଥିଲେ। ବିଦ୍ୟାଳୟର ସଭାପତି ପ୍ରଶାନ୍ତ ମହାପାତ୍ର,ସମ୍ପାଦିକା ଅନୀତା କୁମାରୀ ପାଢୀ ଓ ଅଧ୍ୟକ୍ଷ ସୁନୀଲ ବଡପଣ୍ଡାଙ୍କ ଉପସ୍ଥିତିରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟର ସ୍କୁଲ ମ୍ୟାଗାଜିନର ଉଦଘାଟନ କରାଯାଇଥିଲା। ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟର ସବ୍-ଜୁନିଅର ଚତୁର୍ଥ ଶ୍ରେଣୀର ଛାତ୍ରୀ ଦୀପ୍ତୀମୟୀ ଦେବୀଶ୍ରୀ ପଣ୍ଡା, ଜୁନିଅର ଷଷ୍ଠ ଶ୍ରେଣୀର ଛାତ୍ରୀ ଆହାନା ସାହୁ ଓ ସିନିଅର ଦଶମ ଶ୍ରେଣୀର ଛାତ୍ର ପ୍ରବିନ ମୁଦୁଲିଙ୍କୁ ‘ଚାମ୍ପିୟନ–୨୦୨୫-୨୬’ ଭାବେ ସମ୍ମାନିତ କରାଯାଇଥିଲା l ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ଓଡିଶୀ ନୃତ୍ୟ ସହ ପାରମ୍ପରିକ, ଆଧୁନିକ ନୃତ୍ୟ,ନକରାଟେ ଓ ସ୍କେଟିଙ୍ଗ ପରି ଆକର୍ଷଣୀୟ ପ୍ରଦର୍ଶନ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା। ଏହା ସହ ପୁରାତନ ବର୍ଷକୁ ବିଦାୟ ଓ ନୂତନ ବର୍ଷକୁ ସ୍ୱାଗତ କରାଯାଇଥିଲା। ସେହି ଅବସରରେ ବିଦ୍ୟାଳୟର ସଭାପତି ଶ୍ରୀ ମହାପାତ୍ରଙ୍କ ଜନ୍ମଦିନକୁ ମଧ୍ୟ ଆଡମ୍ବରସହ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ସଦସ୍ୟ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

You might also like
error: Content is protected !!