ବାଲିଗୁଡା ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷା ପାଣି, ଡ୍ରେନ ଯାମ ଯୋଗୁଁ ଜନଜୀବନ ପ୍ରଭାବିତ

ବାଲିଗୁଡା, ୨୭/୦୫ : ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୨୫ ମିନିଟ ସମୟରେ ପ୍ରବଳ ବର୍ଷା ସହ ଘଡଘଡି ଓ ବିଜୁଳି ଦେଖିବାକୁ ମିଳିଥିଲା। ହଠାତ୍ ଆରମ୍ଭ ହୋଇଥିବା ଏହି ବର୍ଷାରେ ବାଲିଗୁଡା ବସଷ୍ଟାଣ୍ଡ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଥିଲା।ବସଷ୍ଟାଣ୍ଡରେ ଥିବା ଡ୍ରେନ ଯାମ ହୋଇଥିବାରୁ ବର୍ଷା ପାଣି ଠିକ ଭାବେ ନିଷ୍କାସନ ହୋଇପାରିନଥିଲା। ଫଳରେ ରାସ୍ତା ଉପରେ ପାଣି ଲହଡ଼ି ମାରୁଥିବା ଦେଖାଯାଇଥିଲା। ଏହା ଯୋଗୁଁ ଯାତ୍ରୀ, ବ୍ୟବସାୟୀ ଓ ସାଧାରଣ ଲୋକ ନାନାପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେତେକ ସ୍ଥାନରେ

ବାଲିଗୁଡା ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷା ପାଣି, ଡ୍ରେନ ଯାମ ଯୋଗୁଁ ଜନଜୀବନ ପ୍ରଭାବିତବାଲିଗୁଡା ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷା ପାଣି, ଡ୍ରେନ ଯାମ ଯୋଗୁଁ ଜନଜୀବନ ପ୍ରଭାବିତ

ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି।ପରେ ସ୍ଥାନୀୟ ଲୋକମାନେ ଡ୍ରେନ ସଫା କରି ପାଣି ନିଷ୍କାସନ ପାଇଁ ପଦକ୍ଷେପ ନେଇଥିଲେ। ତେବେ ବର୍ଷା ଋତୁ ଆସୁଥିବାରୁ ବାଲିଗୁଡା ସହରର ଡ୍ରେନ ବ୍ୟବସ୍ଥାକୁ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି। ଆଗାମୀ ଦିନରେ ଏପରି ପରିସ୍ଥିତି ଏଡ଼ାଇବା ପାଇଁ ପ୍ରଶାସନ କେମିତି ପଦକ୍ଷେପ ନେଉଛି, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।

You might also like
error: Content is protected !!