ବାଲିଗୁଡା, ୨୮/୦୫ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଗତକାଲି ରାତ୍ରିଠାରୁ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ଠପ୍ ପଡିଛି। ଫଳରେ ସମଗ୍ର ବାଲିଗୁଡା ସହର ଅନ୍ଧାରରେ ଡୁବି ରହିଛି।ଲଗାତାର ଏକ ଘଣ୍ଟା ବର୍ଷା ସହ ଘଡଘଡି ଓ ପବନ ଯୋଗୁଁ ବିଦ୍ୟୁତ୍ ତାର ଓ ଲାଇନ୍ରେ ତ୍ରୁଟି ସୃଷ୍ଟି ହୋଇଥିବା ସନ୍ଦେହ କରାଯାଉଛି। ଗତକାଲି ରାତିଠାରୁ କରେଣ୍ଟ ନଥିବାରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାଣି ଯୋଗାଣ, ମୋବାଇଲ ଚାର୍ଜିଂ ଓ ଦୈନିକ କାମକାଜ ବାଧାପ୍ରାପ୍ତ ହୋଇଛି।