ଜ୍ୱାଇଁ ର ଟାଙ୍ଗିଆ ଚୋଟ ରେ ଶାଶୁର ମୃତ୍ୟୁ

ବାଲିଗୁଡା,୨୮/୧୨(ସୁକାନ୍ତ କୁମାର ତ୍ରିପାଠୀ) କ.ନୂଆଗାଁ ଥାନା ସିର୍ତିଗୁଡା ପଞ୍ଚାୟତର କୁଡୁପାକିଆ ଗାଁରେ ଗତକାଲି ଘଟିଛି ଅଭାବନୀୟ ଘଟଣା lକୁଡୁପାକିଆ ଗାଁର ଜ୍ୱାଇଁ ସୁରତ ପ୍ରଧାନ ପାରିବାରିକ କଳହ ପରେ ତାଙ୍କ ସ୍ତ୍ରୀଙ୍କୁ ପ୍ରଥମେ ଟାଙ୍ଗିଆରେ ଆକ୍ରମଣ ପାଇଁ ଉଦ୍ୟମ କରୁଥିଲେ lଏହି ସମୟରେ ଶାଶୁ ପେଟି ମଳିକ ବିରୋଧ କରିଥିଲେ lପାରିବାରିକ କଳହକୁ ନେଇ ଶାଶୁର ମୁଣ୍ଡରେ ଟାଙ୍ଗିଆରେ ଆକ୍ରମଣ କରିଥିଲା ଜ୍ୱାଇଁ ଓ ଗୁରୁତର ଅବସ୍ଥାରେ ପରିବାର ଲୋକ ବାଲିଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ ଓ ପରେ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପରେ ସେଠାରେ ଶାଶୁ ପେଟି ମଳିକଙ୍କ ମୃତ୍ୟୁ ହୋଇଛି l ଶାଶୁକୁ ଆକ୍ରମଣ ପରେ ଜ୍ୱାଇଁ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି l କ.ନୂଆଗାଁ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛି l

You might also like
error: Content is protected !!