ରାଜ୍ୟ ସ୍ତରୀୟ ଚିତ୍ରଶିଳ୍ପୀ ଙ୍କ ଆଲୋଚନା ଚକ୍ର ଓ କର୍ମଶାଳା ଉଦଯାପିତ, ଯୋଗ ଦେଲେ ବଶିଷ୍ଠ ଚିତ୍ର ଶିଳ୍ପୀ ସଂଗ୍ରାମ ମହାରଣା

ବାଲିଗୁଡା: ୨୭/୧୨ (ସୁକାନ୍ତ କୁମାର ତ୍ରିପାଠୀ)ଶକୁନ୍ତଳା ଆର୍ଟ ଗ୍ୟାଲେରୀ, ଭୁବନେଶ୍ୱର ଏବଂ ସଂସ୍କାର ଭାରତୀ, ଉତ୍କଳ ପୂର୍ବ ପ୍ରାନ୍ତ, ଦୃଶ୍ୟକଳା ବିଭାଗ, ଦ୍ୱାରା, ଡିସେମ୍ବର ୨୭ରୁ ୨୮ 2025 ପର୍ଯନ୍ତ, ପୁରୀଜିଲ୍ଲାର ଶକୁନ୍ତଳା ଆର୍ଟ ଗ୍ୟାଲେରୀ, ଭୁବନେଶ୍ୱର ଠାରେ ଏକ ଦୁଇ ଦିନିଆ ଚିତ୍ରଶିବିର ତଥା ଆଲୋଚନା-ଚକ୍ର ଆୟୋଜନ ହୋଇଥିଲା । ଏଥିରେ ଓଡ଼ିଶାର ୨୦ ଜଣ ବରିଷ୍ଠ ଚିତ୍ରକର ଜନାର୍ଦ୍ଦନ ପରମଗୁରୁ, ପ୍ରଦୀପ ପାଣ୍ଡେ,ରାଜେଶ କୁମାର ନାୟକ,ଅରୁଣ ଜେନା,ଡଃ ଦୁର୍ଗାମାଧବ କର,ଡଃ ପଂଚାନନ ସାମଲ,ଶିବନାରାୟଣ ମହାପାତ୍ର,ଅତସୀ ବସୁ,ପ୍ରିୟଦର୍ଶିନୀ ମହାନ୍ତି, ତେଜ୍ବସିନୀ ସାମନ୍ତସିଂଘାର,ନିରୋଦ ନଳିନୀ ବେହେରା,ନମିତା ସାହୁ,ଡଃ ସ୍ଥିତଧୀ ରଥ,ସନ୍ତୋଷ ମହାରଣା ,ଅଶୋକ ବେହେରା ଓ ସୁବାଷ ପୁଜାହାରୀ ଭାଗନେଇ ପାରମ୍ପରିକ ଚିତ୍ରଶିଳ୍ପୀଙ୍କ ସହଭାଗିତାରେ ଓଡ଼ିଶାର ପାରମ୍ପରିକ ତଥା ପୌରାଣିକ ବିଷୟବସ୍ତୁ ଆଧାରରେ ଓଡିଶୀ ଶୈଳୀର ଅନୁକରଣରେ ଚିତ୍ର ପ୍ରସ୍ତୁତ କରିଥିଲେ। ଏହି ସମସ୍ତ ବରିଷ୍ଠ ଚିତ୍ରକର ମାନଙ୍କ ସହିତ ଆଲୋଚନା-ଚକ୍ରରେ ଓଡିଶା କଳା ମହାବିଦ୍ୟାଳୟର ଅଧକ୍ଷ ଡ଼.ଦୁର୍ଗାମାଧବ କର ଓ ଡଃ ପଂଚାନନ ସାମଲ ଅଧକ୍ଷ ଧଉଳି ଆର୍ଟ କଲେଜ ଓ ଚିତ୍ରଶିଳ୍ପୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂସ୍କାର ଭାରତୀର ଉତ୍କଳ ପୁର୍ବପ୍ରାନ୍ତ ର ଦୃଶ୍ୟକଳା ସଂଯୋଜକ ଡକ୍ଟର ସ୍ଥିତଧୀ ରଥ ଓ ନିଉଜ ୭ ର କଳା ନିର୍ଦେଶକ ଶ୍ରୀ ସଂଗ୍ରାମ ମହାରଣା ଯୋଗଦାନ କରି, ଓଡ଼ିଶାର ପାରମ୍ପରିକ କଳା ଏବଂ ପୌରାଣିକ ଚିତ୍ର ଉପରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ଗ୍ୟାଲେରୀର ନିର୍ଦେଶକ ଜନାର୍ଦନ ପରମଗୁରୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

You might also like
error: Content is protected !!