ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ବ୍ରହ୍ମପୁର ରେଳ ଷ୍ଟେସନ ନିକଟସ୍ଥ ଲାଞ୍ଜିପଲ୍ଲୀ -ରାମନଗର ଠାରେ ଏକ ରେଳ ଫାଟକ ରହିଛି l ଏହା ପ୍ରତ୍ୟକ ଦିନ ବ୍ୟସ୍ତ ବହୁଳ ରହୁଛି l ଏଠାରେ ପ୍ରତି ୭ ମିନିଟ ରୁ ୧୦ ମିନଟ ମଧ୍ୟରେ ରେଳ ଯିବା ଓ ଆସିବା ଯୋଗୁଁ ପ୍ରାୟ ୧0 ରୁ ୧୫ ମିନଟ ଏହି ଫାଟକ ବନ୍ଦ ରହୁଛି l ବହୁ ସମୟରେ ୨ଟି ରେଳ ଗାଡି ଯିବା ଆସିବା ୫ ମିନଟ ବ୍ୟବଧାନ କରୁଛି ତାହାହେଲେ ରେଳଫାଟକ ୨୦ ମିନଟ ପର୍ଯ୍ୟନ୍ତ ବନ୍ଦ ରହୁଛି l ଫଳରେ ସ୍ଥାନୀୟ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିବା ଗଞ୍ଜାମ ଓକିଲ ସଂଘ ସଭାପତି ମନୋଜ ପଟ୍ଟନାୟକ ସାଂସଦଙ୍କ ନଜରକୁ ଆଣିଛନ୍ତି l ଭାରତ ସରକାରଙ୍କ ରେଳ ବିଭାଗ ଖୋଡ଼ାସିଙ୍ଗି -ଆଂକୁଲି ଗ୍ରାମ ଠାରେ ସୁବିଧା କରିଛନ୍ତି l ରେଳ ଧାରଣା ପାର ହେବାକୁ ଜୀବନ ବୀମା କାର୍ଯ୍ୟାଳୟ ପଛପଟେ ରେଳ ଧାରଣା ତଳେ ଗଳାଶଙ୍ଖ ନିର୍ମାଣ କରିଛନ୍ତି l ଫଳରେ ସେଠାକାର ଜନସାଧାରଣ ଆଶ୍ବସ୍ତି ଲାଭ କରିଛନ୍ତି l ସେହିଭଳି ଲାଞ୍ଜିପଲ୍ଲୀ – ରାମ ନଗର ରେଳ ଫାଟକ ତଳେ ଏକ ଗଳାଶଙ୍ଖ ସ୍ଥାପନ କରାଯାଉ l ସାଂସଦ ଡ ପ୍ରଦୀପ ପାଣିଗ୍ରାହୀ ଭାରତ ସରକାରଙ୍କ ରେଳ ବିଭାଗ କୁ ଚିଠି ଲେଖି ପ୍ରସ୍ତାବ ପାରିତ କରିବାକୁ ସଭାପତି ଶ୍ରୀ ପଟ୍ଟନାୟକ ଦାବି ଜଣାଇଛନ୍ତି l