ବ୍ରହ୍ମପୁର.(ବିଚିତ୍ର ସାହୁ):-
ଗୋଷାଣୀ ନୁଆ ଗ୍ରାମ ସ୍ଥିତ ଡି ଏ ଭି ପବ୍ଲିକ ସ୍କୁଲରେ ସୋମବାର ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି ।ଏହି ଅବସରରେ ସ୍କୁଲ ଅଧ୍ୟକ୍ଷା ଧାରାଶ୍ରୀ ପାଢ଼ୀ ମୁଖ୍ୟଅତିଥି ରୂପେ ଯୋଗ ଦେଇ ରକ୍ତ ଦାନ ଶିବିର ର ଶୁଭାରମ୍ଭ କରିବା ସହ ରକ୍ତ ଦାନର ମହତ୍ତ୍ଵ ନେଇ ଆଲୋକପାତ କରିଥିଲେ ।ଏଠାରେ ବହୁ ଶିକ୍ଷକ,ଶିକ୍ଷୟତ୍ରୀ,କର୍ମଚାରୀ ଙ୍କ ସମେତ ଅଭିଭାବକ ସ୍ଵେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ବ୍ରହ୍ମପୁର ବଡ ଡାକ୍ତରଖାନା ରକ୍ତ ଭଣ୍ଡାର ର ବହୁ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।ସର୍ବମୋଟ ୩୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଶିକ୍ଷୟତ୍ରୀ ଅମୃତା ପରିଛା,ରିନାକ୍ଷୀ ପଟ୍ଟନାୟକ ,ଗୀତାଞ୍ଜଳି ଦେବୀ,ପୂଜା ସାହୁ ଓ ସମୀର ପାଣିଗ୍ରାହୀ ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ସହ ଯୋଗ କରିଥିଲେ ।