ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଆଧ୍ୟାତ୍ମିକ ବକ୍ତୃତା

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଦିନ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ବହୁବିଧ ପାଠ୍ୟକ୍ରମର ( ଏମ. ଡି. ସି ) ଛାତ୍ରଛାତ୍ରୀଙ୍କ ନିମନ୍ତେ ‘ ଭଗବତ ଗୀତା ଜ୍ଞାନ ଯୋଗ ଓ ବୁଦ୍ଧି ଯୋଗ ‘ ଶୀର୍ଷକ ଆଧ୍ୟାତ୍ମିକ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦର୍ଶନ ବିଭାଗ ମୁଖ୍ୟ ଡ. ଯତୀନ ବିଷୋୟୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ତଥା ବିଷୟ ବିଶାରଦ ଭାବରେ ଯୋଗଦେଇଥିଲେ ସହାୟତା କେନ୍ଦ୍ର, ବ୍ରହ୍ମପୁରର ପ୍ରେରଣାଦାୟୀ ପ୍ରବକ୍ତା ପ୍ରଫେସର କିରଣ କୁମାର l ନିଜ ବକ୍ତବ୍ୟରେ ସେ ଭଗବତ ଗୀତା ଜ୍ଞାନ ଯୋଗ ଓ ବୁଦ୍ଧି ଯୋଗର ବ୍ୟାଖ୍ୟା କରିବା ସହ ବିଭିନ୍ନ ଉଦାହରଣ ଦେଇ ଅତି ସରଳ ଓ ଚିତ୍ତାକର୍ଷକ ଭାବରେ ଉଲ୍ଲେଖ କରିଥିଲେ l ଏହି ବକ୍ତୃତା ଛାତ୍ରଛାତ୍ରୀଙ୍କ ନିମନ୍ତେ ନିତାନ୍ତ ଉପାଦେୟ ହୋଇଥିଲା l

You might also like
error: Content is protected !!