ପ୍ରାଚୀନ ପରମ୍ପରା କଣ୍ଢେଇ ଯାତ୍ରା ଅନୁଷ୍ଠିତ

ବ୍ରହ୍ମପୁର,(ବିଚିତ୍ରସାହୁ):-

ଆଷାଢ଼ ପୂର୍ଣ୍ଣିମା ରେ ସ୍ଥାନୀୟ ବଡ଼ ବଜାର ଖାସ୍ପା ସାହି ଓ ଜଉରା ସାହି ଠାରେ ଆମ ସଂସ୍କୃତି, ଆମ ପରମ୍ପରା ଅନୁଷ୍ଠାନ ତରଫରୁ ବୁଧବାର ସନ୍ଧ୍ୟାରେ ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୂର୍ଯ୍ୟ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଆ ସରକାରଙ୍କ ଖଣି, ଇସ୍ପାତ ଓ ସଡ଼କ, ପରିବହନ ବିଭାଗ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦାନ କରିଥିବା ବେଳେ, ସମ୍ମାନୀତ ଅତିଥି ଭାବେ ରାଜ୍ୟ ବିଜେପି କୃଷକମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ, ବିଜେପି ରାଜ୍ୟ ଯୁବ ନେତା ତୁତୁନ ପାତ୍ର, ପ୍ରଶାନ୍ତ କୁମାର ଗଣ୍ଠିଆ, ଆତ୍ରବନ୍ଧୁ ପୃଷ୍ଟି, ଦେବିଦତ୍ତ ମହନ୍ତ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମଞ୍ଚାସିନ ଥିଲେ । ଏନେଇ ସାଧାରଣ ସଂପାଦକ ଗୋପାଳ ପଟ୍ଟନାୟକ କଣ୍ଢେଇ ଯାତ୍ରାର ପରମ୍ପରା ସମ୍ପର୍କରେ ସୂଚନା ଦେଇଥିବା ବେଳେ, ସାଂସ୍କୃତିକ ସଂପାଦକ ସୁଦୀପ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଏହି ଅବସରରେ ମାନ୍ୟଗଣ୍ୟ ଅତିଥି ମାନଙ୍କ ଦ୍ଵାରା ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ନିଜ ଅଭିଭାଷଣରେ ଏହି ବହୁ ବିଖ୍ୟାତ ତଥା ପୁରାତନ ପାରମ୍ପରିକ ଯାତ୍ରାକୁ ଜୀବିତ ରଖିଥିବା ନେଇ ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ । ସେହିପରି ଯାତ୍ରା ସମ୍ପର୍କିତ ବହୁ ଗୁପ୍ତ ତଥା ଲୁପ୍ତ ପ୍ରାୟ ଇତିହାସକୁ ଜନ ସାଧାରଣଙ୍କ ମଧ୍ୟରେ ଉପସ୍ଥାପନା କରିଥିଲେ । ଯେପରି କି, ମାଟି କଣ୍ଢେଇ, ଚିନି କଣ୍ଢେଇ ଓ ଅନ୍ୟାନ୍ୟ ପୁରାତନ ତଥା ଲୁପ୍ତପ୍ରାୟ କଳାର ପରିକଳ୍ପନା କରି ଉକ୍ତ ଜିନିଷକୁ ନିଜ ଘରକୁ ନେବା ପାଇଁ ଅନୁରୋଧ କରିଥିଲେଏନେଇ ଅନୁଷ୍ଠାନର ସଭାପତି ଶ୍ରୀ ଦାସ ନିଜ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆମ ଅନୁଷ୍ଠାନ ପକ୍ଷରୁ ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା ଅନୁଷ୍ଠିତ ହୋଇଛି। ଦୀର୍ଘ ୨୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏଠାରେ ଏହିପରି କଣ୍ଢେଇ ଯାତ୍ରା ଆୟୋଜିତ ହୋଇଆସୁଛି, ବହୁ ଜନ ସାଧାରଣ ଓ ଦର୍ଶକ ମାନେ ଯାତ୍ରାରେ ସାମିଲ ହୋଇ ବିକ୍ରି ହେଉଥିବା ପାରମ୍ପରିକ ମାଟି, ଚିନି ଓ ପ୍ଲାଷ୍ଟିକରେ ତିଆରି ବିଭିନ୍ନ କଣ୍ଢେଇ କ୍ରୟ କରିବା ସହ ଖାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଉପଭୋଗ କରିଥିଲେ ।ସେହିପରି ଅପରାହ୍ନରେ ସହରର ବହୁ ପ୍ରତିଷ୍ଠିତ କବି ମାନଙ୍କୁ ନେଇ ଏକ ସାହିତ୍ୟ ଆସର ଆୟୋଜନ କରାଯାଇଥିଲା । ସାରସ୍ବତ କବିତା ପାଠୋତ୍ସବରେ ଉଦଘାଟକ ରୂପେ କଣ୍ଢେଇ ଯାତ୍ରା ସଭାପତି ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ କବି ଶୁଶାନ୍ତ ଦାସ, ମୁଖ୍ୟବକ୍ତା ଭାବେ ଗବେଷକ ଡ଼ା. ଅନନ୍ତ ରାମ କର କୌଣ୍ଡନ୍ୟ, ସମ୍ମାନୀତ ବକ୍ତା ଭାବେ କବି ଗୋକୁଳାନନ୍ଦ ତ୍ରୀପାଠୀ, ସମ୍ମାନୀତ ଅତିଥି ଭାବେ ପ୍ରମୁଖ ଯୋଗ ଦେଇଥିଲେ। ସଂଯୋଜନାରେ କବି ରତ୍ନାକର ସିୟ ଓ ସଭା ମୁଖ୍ୟ ଭାବେ ଯୁବ କବି ସୁନୀଲ କୁମାର ପ୍ରଧାନଙ୍କ ସମେତ ବହୁ କବି ଓ କବୟିତ୍ରୀ ଏହି ଅବସରରେ ଯୋଗଦାନ କରିଥିଲେ । ସଭାକାର୍ଯ୍ୟ ଶେଷରେ ସମସ୍ତ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିବା ସେ କହିଥିଲେ ।ତେବେ ଏହି ପବିତ୍ର ପର୍ବ ଅବସରରେ ସ୍ଥାନୀୟ ମନ୍ଦିର ଯଥା ମହୁରୀଗଡ ରାଜାଙ୍କ ଦ୍ଵାରା ପ୍ରତିଷ୍ଠିତ ଗଡ ଜଗନ୍ନାଥ, ସାନ ଜଗନ୍ନାଥ, କନ୍ୟକା ପରମେଶ୍ଵରୀ, ଭେଙ୍କେଟେଶ୍ଵର, ଲକ୍ଷ୍ମୀ ନୃସିଂହ, ପଞ୍ଚମୁଖୀ ହନୁମାନ ଏବଂ ମାଁ ବୁଢୀ ଠାକୁରାଣୀଙ୍କ ଅନ୍ନପୂର୍ଣ୍ଣା ବେଶ ସମେତ ଅନ୍ୟାନ୍ୟ ଦେବାଦେବୀଙ୍କୁ ଏହି ଅବସରରେ ପୁଷ୍ପରେ ସଜ୍ଜିତ କରାଯାଇ ସ୍ବତନ୍ତ୍ର ପୂଜା କରାଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଜନ ସାଧାରଣଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସ.ପି. ଡା. ସର୍ବନା ବିବେକ ଏମ୍ ଙ୍କ ନିର୍ଦ୍ଦେଶ କ୍ରମେ ବଡ ବଜାର ଥାନା ପୋଲିସ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିବା ସହ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସହଯୋଗ ମିଳିଥିବା ସମ୍ପାଦକ ଶ୍ରୀ ପଟ୍ଟନାୟକ କହିଥିଲେ।ତେବେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ଭଜନ ସମାରୋହ କାର୍ଯ୍ୟକ୍ରମକୁ ନାରାୟଣ ମହାଙ୍କୁଡ, ପତିତ ପାବନ ଗନ୍ତାୟତ, ଉମାଶଙ୍କର ପାତ୍ର, ହେମନ୍ତ କୁମାର ପାତ୍ର, ବିଚିତ୍ର ସାହୁ, ସୁରେଶ କୁମାର ବେହେରା, ସୁକାନ୍ତ କୁମାର ପଣ୍ତା, ସୁନିର ବିଶ୍ୱାସ, ବଦ୍ରିନାଥ ସାବତ, ସୁରେନ୍ଦ୍ର କୁମାର ସେନାପତିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତାଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା ।

You might also like
error: Content is protected !!