ଆଦିବାସୀ ମହାବିଦ୍ୟାଳୟରେ ଯୁବ ଅଧ୍ୟାପକଦ୍ୱୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ବାଲିଗୁଡା, ୩୦/୦୭: ସୁକାନ୍ତ କୁମାର ତ୍ରିପାଠୀ

ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଗୁରୁବାର ଅପରାହ୍ଣରେ ଦୁଇ ଜଣ ଯୁବ ଅଧ୍ୟାପକଙ୍କୁ ଭାବବିହ୍ୱଳ ପରିବେଶରେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତିଭୂଷଣ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଇତିହାସ ବିଭାଗର ଅଧ୍ୟାପକ ମାନସରଞ୍ଜନ ପ୍ରଧାନଙ୍କର ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏବଂ ଅର୍ଥନୀତି ବିଭାଗର ଅଧ୍ୟାପକ ଶିବ ମାଝୀଙ୍କର ମୟୂରଭଞ୍ଜ ଜିଲ୍ଲାର ବାଇଗଣବାଡିଆ ମହାବିଦ୍ୟାଳୟକୁ ବଦଳି ହୋଇଥିବାରୁ ସେମାନଙ୍କୁ ପୁଷ୍ପଗୁଚ୍ଛ, ଉପହାର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ଏହି ଅବସରରେ

ଆଦିବାସୀ ମହାବିଦ୍ୟାଳୟରେ ଯୁବ ଅଧ୍ୟାପକଦ୍ୱୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ଆଦିବାସୀ ମହାବିଦ୍ୟାଳୟରେ ଯୁବ ଅଧ୍ୟାପକଦ୍ୱୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ଶୈକ୍ଷିକ ପରାମର୍ଶଦାତା ତଥା କର୍ମଚାରୀ ସଂଘର ସମ୍ପାଦକ ତେଜେଶ୍ୱର ନାୟକ, ସହ-ସମ୍ପାଦକ ହିମାଂଶୁଚରଣ ସାହୁ ପ୍ରମୁଖ ବିଦାୟୀ ଅଧ୍ୟାପକଦ୍ୱୟଙ୍କ କର୍ମନିଷ୍ଠା, ଛାତ୍ରଛାତ୍ରୀଙ୍କ ପ୍ରତି ସମର୍ପଣ ଏବଂ ମହାବିଦ୍ୟାଳୟର ବିକାଶରେ ସେମାନଙ୍କ ଅବଦାନକୁ ପ୍ରଶଂସା କରି ନିଜ ମତାମତ ରଖିଥିଲେ।ଶେଷରେ ପ୍ରଶାସନିକ ଅଧିକାରୀ ଡ. ସୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବିଦାୟୀ ଅଧ୍ୟାପକଦ୍ୱୟ ମଧ୍ୟ ମହାବିଦ୍ୟାଳୟରେ କାର୍ଯ୍ୟକାଳୀନ ସହଯୋଗ ପାଇଁ ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇ ନୂତନ କର୍ମସ୍ଥଳରେ ମଧ୍ୟ ନିଷ୍ଠାର ସହ କାର୍ଯ୍ୟ କରିବାର ସଂକଳ୍ପ ବ୍ୟକ୍ତ କରିଥିଲେ।

Smart Computer Ad
You might also like
error: Content is protected !!