ସାମନ୍ତରାୟ ଏକାଡେମୀ ର ସଫଳତା, ରାଜ୍ୟସ୍ତରୀୟ ବାୟୁସେନା ନିଯୁକ୍ତି ରାଲି ରେ ଛାତ୍ର ବର୍ଗ ରେ ପ୍ରଶାନ୍ତ ପ୍ରଧାନ ଓ ଛାତ୍ରୀ ବର୍ଗ ରେ ଅଂଶୀତା ପ୍ରିୟଦର୍ଶିନୀ ପ୍ରଥମ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ନିକଟରେ ବାରିପଦା ରେ ଅନୁଷ୍ଠିତ ହୋଇଥିବା ଭାରତୀୟ ବାୟୁସେନା ରାଲି ରେ ସାମନ୍ତରାୟ ଏକାଡେମୀ ର ଛାତ୍ର ପ୍ରଶାନ୍ତ ପ୍ରଧାନ ଓ ଛାତ୍ରୀ ମାନଙ୍କ ମଧ୍ୟରେ ଅଂଶୀତା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଅନୁଷ୍ଠାନ ର ୨୮ଜଣ ଛାତ୍ରଛାତ୍ରୀ ଭାରତୀୟ ବାୟୁସେନା ରେ ମନୋନୀତ ହୋଇଥିବା ବେଳେ,୩୦ ଜଣ ଛାତ୍ର ଭାରତୀୟ ସ୍ଥଳସେନା ପାଇଁ ମନୋନୀତ ହୋଇଛନ୍ତି। ଏହି ପରିପେକ୍ଷୀ ରେ ଏକାଡେମୀ ରେ ଏକ ସମ୍ବର୍ଦ୍ଧନା ସଭା ରେ କୃତି ଛାତ୍ର ଙ୍କ ଅଭିଵାବକ ଙ୍କୁ ସମ୍ବର୍ଦ୍ଧନା କରିବା ଅବସରରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଡାକ୍ତର ଶ୍ରୀ ଲଳିତ ମୋହନ ସାମନ୍ତରାୟ ମନୋନୀତ ଛାତ୍ରଛାତ୍ରୀ ଙ୍କୁ ସଫଳତା ର ସହ ପ୍ରଶିକ୍ଷଣ ସମ୍ପାଦନ କରି ପିତା ମାତା ଓ ଏକାଡେମୀ ର ନାଁ ରଖିବାକୁ ପ୍ରେରଣା ଦେଇଥିଲେ।ସାମନ୍ତରାୟ ଏକାଡେମୀ ର ସଫଳତା, ରାଜ୍ୟସ୍ତରୀୟ ବାୟୁସେନା ନିଯୁକ୍ତି ରାଲି ରେ ଛାତ୍ର ବର୍ଗ ରେ ପ୍ରଶାନ୍ତ ପ୍ରଧାନ ଓ ଛାତ୍ରୀ ବର୍ଗ ରେ ଅଂଶୀତା ପ୍ରିୟଦର୍ଶିନୀ ପ୍ରଥମ ଅନୁଷ୍ଠାନ ର ନିର୍ଦେଶକ ଶ୍ରୀ ଦେବେଶ ସାମନ୍ତରାୟ ସମସ୍ତ ଅଭିଭାବକ ଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ପ୍ରୟାସରତ ଛାତ୍ରଛାତ୍ରୀ ଙ୍କୁ କଠିନ ପରିଶ୍ରମ କରି ସଫଳ ହେବାକୁ ଆହ୍ୱାନ ଦେଇଥିଲେ। ଏହି ପରିପେକ୍ଷୀ ରେ ଅନୁଷ୍ଠାନ ର ଉପଦେଷ୍ଟା ଶ୍ରୀ ଗୋକୁଳନନ୍ଦ ତ୍ରିପାଠୀ ଛାତ୍ର ଛାତ୍ରୀ ଙ୍କ ସଫଳତା କାମନା ସହ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ସଫଳ କରିଥିଲେ।

You might also like
error: Content is protected !!