ବାଲିଗୁଡ଼ାରେ ଘରେ ପଶି ଚୋରି ଘଟଣାର ପର୍ଦ୍ଦାଫାଶ, ଦୁଇ ଅଭିଯୁକ୍ତ ଗିରଫ

ବାଲିଗୁଡ଼ା,୩୦/୦୭: (ସୁକାନ୍ତ କୁମାର ତ୍ରିପାଠୀ)

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଏକ ଘରେ ପଶି ଚୋରି ଘଟଣାର ସଫଳ ପର୍ଦ୍ଦାଫାଶ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ବାଲିଗୁଡ଼ା ଥାନା କେସ୍ ନଂ-୧୮୯, ତାରିଖ ୨୫.୦୭.୨୦୨୬, ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୦୩(୨) ଓ ୩୩୧(୩) ଅନୁଯାୟୀ ମାମଲା ରୁଜୁ ହୋଇଛି।ଅଭିଯୋଗକାରିଣୀ କୁନ୍ତି ପୂଜାରୀ (୪୦), ସ୍ୱାମୀ ରଘୁନାଥ ପୂଜାରୀ, ନୂଆସାହି, ଭରଡ଼ିପଡ଼ା ଗ୍ରାମର ବାସିନ୍ଦା। ସେ ପନିପରିବା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କ ସ୍ୱାମୀ ବାହାରେ ଶ୍ରମିକ ଭାବେ କାମ କରନ୍ତି।ଅଭିଯୋଗ ଅନୁଯାୟୀ, ୨୫ ଜୁଲାଇ ସକାଳ ପ୍ରାୟ ୮ଟାରେ କୁନ୍ତି ପୂଜାରୀ ଓ ତାଙ୍କ ପୁଅ ପ୍ରଶାନ୍ତ ପୂଜାରୀ ବ୍ୟବସାୟ କାମରେ ବାଲିଗୁଡ଼ା ବଜାରକୁ ଯାଇଥିଲେ। ଏହି ସମୟରେ ଘରେ କେହି ନଥିବା ସୁଯୋଗରେ ପ୍ରାୟ ୧୧:୫୫ ସମୟରେ ନୂଆସାହିର

ବାଲିଗୁଡ଼ାରେ ଘରେ ପଶି ଚୋରି ଘଟଣାର ପର୍ଦ୍ଦାଫାଶ, ଦୁଇ ଅଭିଯୁକ୍ତ ଗିରଫ

ସୋନୁ ପ୍ରଧାନୀ (୨୦) ଓ ତାଙ୍କ ସହଯୋଗୀ ହାଟପଡ଼ାସାହି, ବାଲିଗୁଡ଼ାର ଶୁଭମ କୁମାର ନାୟକ (୨୬) ଘରର ପାଚେରୀ ଓ ଛାତ ଡେଇଁ ଘର ଭିତରକୁ ପ୍ରବେଶ କରିଥିଲେ। ସେମାନେ ଭିତର କବାଟର ତାଲା ଏବଂ ଲୁହା ଆଲମିରାକୁ ଭାଙ୍ଗି ସେଥିରୁ ପ୍ରାୟ ୨୦ ହଜାର ଟଙ୍କା ନଗଦ ଚୋରି କରିଥିବା ଅଭିଯୋଗ ହୋଇଛି।ଅଭିଯୋଗ ପାଇବା ପରେ ବାଲିଗୁଡ଼ା ଥାନାର ଏଏସଆଇ ଉମା ଶଙ୍କର ନିଆଲ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଘଟଣାସ୍ଥଳ ପରିଦର୍ଶନ ସହ ସାକ୍ଷୀମାନଙ୍କୁ ପଚରାଉଚରା କରି ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ସୋନୁ ପ୍ରଧାନୀଙ୍କ ନିକଟରୁ ୩,୫୦୦ ଟଙ୍କା ନଗଦ ଜବତ କରାଯାଇଛି।ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଥିବା ବାଲିଗୁଡ଼ା ଥାନା ପକ୍ଷରୁ ସୂଚନା ମିଳିଛି।

You might also like
error: Content is protected !!