ସେବାନିବୃତ୍ତ ବିକାଶ ମଞ୍ଚ ତରଫରୁ ପେନସେନର୍ସ ଦିବସ ପାଳନ -ସମସ୍ତ ଅବସର ପ୍ରାପ୍ତ କର୍ମଚାରୀ ଐକ୍ୟବଦ୍ଧ ଆନ୍ଦୋଳନ ପାଇଁ ଆହ୍ୱାନ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ସର୍ବଭାରତୀୟ ରାଜ୍ୟ ପେନସେନର୍ସ ଫେଡେରେସନ ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ତରଫରୁ ସ୍ଥାନୀୟ ଗେଟ ବଜାରସ୍ଥିତ ଏନ. ଜି. ଓ ହଲ ଠାରେ ପେନସେନର୍ସ ଦିବସ ପାଳନ କରାଯାଇଛି l 1982,ଡିସେମ୍ବର 17 ତାରିଖ ଦିନ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ଏକ ଐତିହାସିକ ରାୟ ଦ୍ୱାରା ସମସ୍ତ ସେବାନିବୃତ୍ତ କର୍ମଚାରୀଙ୍କୁ ସେମାନଙ୍କ ସାମାଜିକ -ଅର୍ଥନୈତିକ ଆବଶ୍ୟତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେନସନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ସ୍ବର୍ଗତ ଡି. ଏସ.ନାକରାଙ୍କ ଉଦ୍ୟମରେ ପରିଚାଳିତ ଏଇ ମକଦ୍ଦମାର ରୟର ସ୍ମୃତି ଚାରଣ ପାଇଁ ଡିସମ୍ବର 17କୁ ପ୍ରତି ବର୍ଷ ପେନସେନର୍ସ ଦିବସ ପାଳନ କରାଯାଇଥାଏ l ଗଞ୍ଜାମ ସେବାନିବୃତ୍ତ ବିକାଶ ମଞ୍ଚର ସଭାପତି ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଶ୍ୟାମସୁନ୍ଦର ଖାଡ଼ଙ୍ଗା, ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ରାଜ୍ୟ ଅ ଧ୍ୟକ୍ଷ କାମରାଜୁ ମହାରଣା ଯୋଗ ଦେଇ ପେନସନ ଏକ ଅଧିକାର, କାହାର ବଦାନ୍ୟତା ନୁହେ ବୋଲି ପ୍ରକାଶ କରି ଦାବି ହାସଲ ପାଇଁ ସମସ୍ତ ଅବସର ପ୍ରାପ୍ତ କର୍ମଚାରୀ ମିଳିତ ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେଇଥିଲେ l ଜିଲ୍ଲା ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସମେତ ପ୍ରଫୁଲ୍ଲ କୁମାର ରଥ,ଶୁଳପାଣି ଶତପଥି, ବିଭୁତି ଭୂଷଣ ଜେନା,ଉପେନ୍ଦ୍ର ନାୟକ, ମିହିର କୁମାର ଆଚାର୍ଯ୍ୟ,ଇ. କନ୍ୟାକୁମାରୀ,ବିଜୟ ବିଷୋୟୀ, ଶାନ୍ତିଲତା ଦେବୀ, ଅମର ବିଳାସ ବେହେରା, ଗୌରୀ ଶଙ୍କର ଦାଶ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କ 2025 ଭ୍ୟାଲିଡେସନ ବିଲକୁ ବିରୋଧ କରିଥିଲେ l ସମସ୍ତ ବର୍ଗର କର୍ମଜିଵୀ ମାନଙ୍କୁ ପେନସେନ ଦେବାପାଇଁ ଦାବି କରା ଯାଇଥିଲା l ସମ୍ପାଦକ ଅଶୋକ କୁମାର ଦଳେଇ ବିବରଣୀ ପ୍ରଦାନ କରିଥିଲେ l ଆସନ୍ତା 21ତାରଖରେ ଆନ୍ଧ୍ର ପ୍ରଦେଶର ବିଜୟିୱଡା ଠାରେ ସର୍ବ ଭାରତୀୟ ପେନସେନର୍ସ ଫେଡେରେସନ କାର୍ଯ୍ୟକାରୀ କମିଟି ବୈଠକରେ ଓଡିଶାରୁ ଶ୍ୟାମସୁନ୍ଦର ଖାଡ଼ଙ୍ଗା ପ୍ରତିନିଧିତ୍ୱ କରିବା ପାଇଁ ନିଷ୍ପତି ହୋଇଥିଲା l ଆସନ୍ତା କାଲି 18 ତାରିଖ 10.ଘ. ସମୟରେ ଏକ ବାଇକ ରାଲି ଏନ. ଜି. ଓ ହଲ ଠାରୁ ବାହାରି ପ୍ରଧାନ ମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବି ପତ୍ର ଦେବା ପାଇଁ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରାଯାଇଥିଲା l ସୁବାଷ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

You might also like
error: Content is protected !!