ଶିଶୁ ମନ୍ଦିରରେ ମୁଖ୍ୟମନ୍ତ୍ରୀ ମୋହନ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ନୀଳକଣ୍ଠ ନଗର ସରସ୍ଵତୀ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦାନ ପୂର୍ବକ ଅଭିଭାଷଣ ଓ ବକ୍ତବ୍ୟ ରଖିଥିଲେ lଏହି ସରସ୍ୱତୀ ବିଦ୍ୟାମନ୍ଦିର ସମୂହ ପ୍ରତିଭାସମ୍ପନ୍ନ ବିଦ୍ୟାର୍ଥୀ ସୃଷ୍ଟି କରିବା ସହିତ ଭାରତୀୟ ସଂସ୍କୃତି ଓ ପରମ୍ପରl ବିଷୟରେ ସଚେତନ କରି ଉତ୍ତମ ନାଗରିକ ଗଠନ କରିଛନ୍ତି l ଗଞ୍ଜାମ ଓ ବ୍ରହ୍ମପୁର ନୀଳକଣ୍ଠ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୨ ତମ ବାର୍ଷିକ ଉତ୍ସବ ପାଳନ କରିଛି l ବାର୍ଷିକ ଉତ୍ସବରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଶିକ୍ଷକତା ଦିନ ଗୁଡିକୁ ମନେପକାଇଥିଲେ l ଉତ୍ତମ ଶିକ୍ଷା ପରିବେଶ ଓ ଗୁଣାତ୍ମକ ମାନର ଶିକ୍ଷାପ୍ରଦାନ ପାଇଁ ଏହି ବିଦ୍ୟାଳୟର ରାଜ୍ୟରେ ସୁନାମ ରହିଛି l ଏହି ବିଦ୍ୟାଳୟର କୃତୀ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଆସିକା ବିଧାୟକ ସରୋଜ ପାଢ଼ୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା,କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ବ ଓ ପଶ୍ଚିମ ପ୍ରାନ୍ତ ପ୍ରଚାର ପ୍ରମୁଖ ସୃଷ୍ଟିଧର ବିଶ୍ୱାଳ,ଗଞ୍ଜାମ ଜିଲ୍ଲାପାଳ କିର୍ତ୍ତୀ ଭାସନ୍,ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡକ୍ଟର ଜୀବାନନ୍ଦ ତ୍ରିପାଠୀ,ସମ୍ପାଦକ ନାରାୟଣ ପଣ୍ଡା ଏବଂ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ଡକ୍ଟର ସୁବ୍ରତ ପାଣିଗ୍ରାହି ମଞ୍ଚାସିନ ଥିଲେ l ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଦକ୍ଷ ଶିକ୍ଷକ ନିଯୁକ୍ତି ଓ ଶିକ୍ଷାଦାନ ଉପରେ ଆବଶ୍ୟକୀୟ ଭିତ୍ତିଭୂମି ସୃଷ୍ଟି ପାଇଁ ଆମେ ଗୁରୁତ୍ୱ ଦେଉଛୁ l ରାଜ୍ୟରେ ଶିକ୍ଷକ ଅଭାବ ଦୂର କରାଯିବ l ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ଆମ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି l ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଜରିଆରେ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ଆମ ସରକାରରେ ଆର୍ଥିକ କଟକଣା କେବେ ପ୍ରତିବନ୍ଧକ ହେବ ନାହିଁ। ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସହର ପରି ବ୍ରହ୍ମପୁର ସହରର କଳେବର ବୃଦ୍ଧି କରିବା ନେଲ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଛନ୍ତି। ସମୃଦ୍ଧ ଓଡିଶା ଗଠନରେ ବ୍ରହ୍ମପୁର ସହର ଓ ଗଞ୍ଜାମ ଜିଲ୍ଲାର ଭୂମିକା ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି l ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ,ସ୍ୱାଧୀନତା ସଂଗ୍ରାମୀ ମୋହନ ନାୟକ,ସମାଜସେବୀ ଶିବରାମ ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l

You might also like
error: Content is protected !!