ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଟିତ

ନୂଆପଡ଼ା, ଜଗନ୍ନାଥ ନାୟକ: ଚିକିଟି ବ୍ଲକ ଅନ୍ତଗତ ନୂଆପଡ଼ା ସରକାରୀ ଉଚ୍ଚବିଦ୍ୟାଳୟରେ ବାର୍ଷିକ କ୍ରିଡା ପ୍ରତିଯୋଗିତା ଅତି ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ମଧୁସ୍ମିତା ପୃଷ୍ଟିଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମଟି ସୁଚ଼ାରୁ ଭାବେ ପାଳିତ ହୋଇଥିଲା ନୂଆପଡ଼ା କ୍ଳଷ୍ଟରର ସି.ଆର.ସି.ସି କୁରେଶୁ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଖେଳକୁଦ ମାଧ୍ୟମରେ ଶିଶୁମାନଙ୍କ ଶାରିରିକ ଓ ମାନସିକ ବିକାଶର ଗୁରୁତ୍ୱ ଉପରେ ଆଲକପାତ କରିଥିଲେ। ବରିଷ୍ଟ ସହକାରୀ ଶିକ୍ଷକ ଶ୍ରୀଜି.ସଦାନନ୍ଦ ସମ୍ମାନୀତ ଅତିଥିଭାବେ ଉପସ୍ଥିତ ଥିଲେ। କ୍ରୀଡ଼ା ଶିକ୍ଷକ ଜଗନ୍ନାଥ ପ୍ରସାଦଙ୍କ ନିର୍ଦେଶନାରେ, ବିଭିନ୍ନ କ୍ରିଡା ପ୍ରତିଯୋଗିତା ଆୟଜିତ ହୋଇଥିଲା। ଶେଷରେ ସମସ୍ତ ଶିକ୍ଷକ,ଶିକ୍ଷ୍ୟୟତ୍ରୀ ଓ କର୍ମଚ଼ାରିଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଶୃଙ୍ଖଳିତ ଭାବେ ସମାପ୍ତ ହୋଇଥିଲା

You might also like
error: Content is protected !!