ବାଲିଗୁଡ଼ା ଠାରୁ ପୁରୀ ନୂତନ ମାର୍ଗରେ ଜଗନ୍ନାଥ ଏକ୍ସପ୍ରେସ OSRTC ର ଭଲଭୋ ବସ୍


ବାଲିଗୁଡା: ୧୬/୧୨/୨୫(ସୁକାନ୍ତ କୁମାର ତ୍ରିପାଠୀ)
କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ଫୁଲବାଣୀ ଠାରୁ ପୁରୀ ଚଳାଚଳ କରୁଥିବା ଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସ୍ କୁ ବାଲିଗୁଡ଼ା ଯାଏ ସଂପ୍ରସାରଣ କରାଯାଇଛି l ଗତକାଲି ଠାରୁ ବିଧବଦ୍ଧ ଭାବେ ବସ୍ ଚଳାଚଳ ଆରମ୍ଭ ହୋଇଛି l ଏହି ବସ୍ ବାଲିଗୁଡ଼ା ଠାରୁରାତି ୦୯:୩୦ ସମୟରେ ଛାଡିବ ଓ ଭାୟା-ଫୁଲବାଣୀ, ଚାରିଛକ, ନୟାଗଡ଼, ଖୋର୍ଦ୍ଧା, ଭୁବନେଶ୍ବର ଦେଇ ପୁରୀ ରେ ଭୋର ୦୫ :୦୦ ସମୟରେ ପହଞ୍ଚିବ lଠିକ ସେହିପରି ପୁରୀ ଛାଡ଼ିବା ସମୟ ରାତି ୦୮:୩୦ ଭୁବନେଶ୍ବର ଛାଡ଼ିବା ସମୟ ରାତି ୧୦:୦୦ ଭାୟା ଫୁଲବାଣୀ ଦେଇ ବାଲିଗୁଡ଼ା ରେ ରାତି ୪:୦୦ ରେ ପହଞ୍ଚିବ l

You might also like
error: Content is protected !!