ବାଲିଗୁଡା ଉପଖଣ୍ଡ ରେ ନୂତନ ସୂଚନା ଓ ଲୋକ ସମ୍ପର୍କ ଅଧୂକାରୀଙ୍କ ଯୋଗଦାନ

ବାଲିଗୁଡା: ୧୬/୧୨ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରେ ନୂତନ ଭାବେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଶିବ ଶଙ୍କର ସମରଥ ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି l ରାଜ୍ୟ ସରକାର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଦବୀ ଗୁଡିକ ନୂତନ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି lସେଥ୍ ମଧ୍ୟରେ ବାଲିଗୁଡା ଉପଖଣ୍ଡ ରେ ଏହି ପଦବୀ ଦୀର୍ଘ ଦିନ ହେଲା ଖାଲିଥିବା ପଦବୀ ପୂରଣ ହୋଇପାରିଛି l ଏଥ୍ ପୂର୍ବରୁ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧୂକାରୀ ଭାବରେ ବାଲିଗୁଡା ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧୂକାରୀ ପ୍ରଦୀପ କୁମାର ବାଗ ଦାୟିତ୍ବ ତୁଲାଉଥିଲେ lଶ୍ରୀ ସମରଥ ନିଜର ଦାୟିତ୍ବ ଭାର ଗ୍ରହଣ କରିବା ପରେ ସେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମସ୍ତ ନୀତି ନିୟମ ଅନୁସାରେ କାର୍ଯ୍ୟ ତୁଲାଇବା ସହିତ ଉପଖଣ୍ଡର ସାମ୍ବାଦିକ ମାନଙ୍କ ସହଯୋଗ କାମନା କରିଛନ୍ତି l

You might also like
error: Content is protected !!