ଓଭରଟେକ କରି ବାଇକ ଦୁର୍ଘଟଣା: ବାଇକ ଚାଳକ ଗୁରୁତର

ବାଲିଗୁଡା: ୧୬/୧୨ (ସୁକାନ୍ତ କୁମାର ତ୍ରିପାଠୀ ) ଓଭରଟେକିଙ୍ଗ କରି ଦ୍ରୁତ ଗତିରେ ବାଇକ ଚଳେଇବା ହେଲା କାଳ lବାଲିଗୁଡା ପୁରୁଣା ପେଟ୍ରୋଲ ପମ୍ପ ନିକଟରେ ଗତକାଲି ଘଟିଛି ସଡ଼କ ଦୁର୍ଘଟଣା l ଏକ ବଲେରୋକୁ ଓଭରଟେକିଂ କରୁଥିବା ସମୟରେ ଯାତ୍ରୀବାହି ବସ ତଳେ ଚାପି ହୋଇ ବାଇକ ଚାଳକ ଗୁରୁତର ହୋଇଛି lଗୁରୁତର ବାଇକ ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି lଗୁରୁତର ଯୁବକ ବାଲିଗୁଡା ଥାନା ଖମନଖୋଲ ଗାଁର ଯୋଗେଶ୍ଵର ପ୍ରଧାନୀ ବୋଲି ଜଣାପଡିଛି lଯୋଗେଶ୍ବର ନିଜ ପଲସର ବାଇକରେ କ.ନୂଆଗାଁକୁ ଯାଉଥିବା ସମୟରେ ପୁରୁଣା ପେଟ୍ରୋଲ ପମ୍ପ ନିକଟରେ ପ୍ରଥମେ ବଲେରୋକୁ ଓଭରଟେକ ଥିଲେ lଏହି ସମୟରେ ଏକ ବୋଲରୋ ସହ ଧକ୍କା ହୋଇ ବ୍ରହ୍ମପୁରରୁ ବାଲିଗୁଡା ଆସୁଥିବା ଯାତ୍ରୀବାହି ପକ୍ଷୀରାଜ ବସ୍‌ରେ ଧକ୍କା ହୋଇ ବସ ତଳେ ଚାପି ହାଇଥିଲେ। ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ଗୁରୁତରକୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଥିଲେ l

You might also like
error: Content is protected !!