ବିଶ୍ୱକପ୍ ବିଜୟ ପାଇଁ ଭାରତୀୟ ସ୍କ୍ୱାଶ୍‍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,(ପି.ଆଇ.ବି):-

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ସ୍କ୍ୱାଶ୍ ଦଳକୁ ଏସଡିଏଟି ସ୍କ୍ୱାଶ୍ ବିଶ୍ୱକପ୍ ୨୦୨୫ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। 
ଶ୍ରୀ ମୋଦୀ ଜୋଶନା ଚିନ୍ନାପ୍ପା, ଅଭୟ ସିଂହ, ଭେଲାବନ ସେନ୍ଥିଲ କୁମାର ଏବଂ ଅନାହତ ସିଂହଙ୍କ ଅସାଧାରଣ ପ୍ରଦର୍ଶନକୁ ପ୍ରଶଂସା କରି କହିଥିଲେ ଯେ, ସେମାନଙ୍କ ସମର୍ପଣ, ଶୃଙ୍ଖଳା ଏବଂ ଦୃଢ ସଂକଳ୍ପ ଦେଶ ପାଇଁ ଅପାର ଗର୍ବ ଆଣିଛି। ସେ କହିଥିଲେ ଯେ ଏହି ଉଲ୍ଲେଖନୀୟ ସଫଳତା ବିଶ୍ୱ ସ୍ତରରେ ଭାରତୀୟ କ୍ରୀଡ଼ାର ବୃଦ୍ଧି ପାଉଥିବା ସାମର୍ଥ୍ୟକୁ ପ୍ରତିଫଳିତ କରୁଛି। 
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବିଜୟ ସାରା ଦେଶରେ ଅସଂଖ୍ୟ ଯୁବ କ୍ରୀଡ଼ାବିତଙ୍କୁ ପ୍ରେରଣା ଦେବ ଏବଂ ଭାରତର ଯୁବକମାନଙ୍କ ମଧ୍ୟରେ ସ୍କ୍ୱାଶ୍‍ ର ଲୋକପ୍ରିୟତାକୁ ଆହୁରି ବୃଦ୍ଧି କରିବ। 
ଶ୍ରୀ ମୋଦୀ ‘ଏକ୍ସ’ ରେ ଏକ ପୋଷ୍ଟରେ କହିଛନ୍ତି: 
“ଇତିହାସୃଷ୍ଟି କରିବା ଏବଂ ଏସଡିଏଟି ସ୍କ୍ୱାଶ୍‍ ବିଶ୍ୱକପ୍ ୨୦୨୫ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଟାଇଟଲ୍ ଜିତିବା ପାଇଁ ଭାରତୀୟ ସ୍କ୍ୱାଶ୍‍ ଦଳକୁ ଅଭିନନ୍ଦନ! 
ଜୋଶନା ଚିନ୍ନାପ୍ପା, ଅଭୟ ସିଂ, ଭେଲାବନ ସେନ୍ଥିଲ କୁମାର ଏବଂ ଅନାହତ ସିଂ ଜବରଦସ୍ତ ସମର୍ପଣ ଏବଂ ଦୃଢ ସଂକଳ୍ପ ପ୍ରଦର୍ଶନ କରିଛନ୍ତି। ସେମାନଙ୍କର ସଫଳତା ସମଗ୍ର ଦେଶକୁ ଗର୍ବିତ କରିଛି। ଏହି ବିଜୟ ଆମ ଯୁବକମାନଙ୍କ ମଧ୍ୟରେ ସ୍କ୍ୱାଶର ଲୋକପ୍ରିୟତା ମଧ୍ୟ ବୃଦ୍ଧି କରିବ। 

You might also like
error: Content is protected !!