ଜୁନିଅର ନ୍ୟାସନାଲ ଟେନିସ ବଲ୍ କ୍ରିକେଟ୍ ଚମ୍ପିଆନସିପରେ ଅଂଶ ଗ୍ରହଣ ପାଇଁ ଗଞ୍ଜାମ ଜିଲ୍ଲାର 6 ଜଣ ଖେଳାଳୀ ଓଡ଼ିଶା ଦଳରେ ସାମିଲ
ବ୍ରହ୍ମପୁର.(ବିଚିତ୍ର ସାହୁ):-
ଚଳିତ ମାସ 18 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଆଗ୍ରା ଠାରେ ଅନୁଷ୍ଠିତ ହେବାକୁ ଥିବା 33ତମ ଜୁନିଅର ନ୍ୟାସନାଲ ଟେନିସ ବଲ କ୍ରିକେଟ୍ ଚମ୍ପିଆନସିପରେ ଅଂଶ ଗ୍ରହଣ କରିବା ଗଞ୍ଜାମ ଜିଲ୍ଲା ର 6ଜଣ ବାଳକ ଓ ବାଳିକା ମନୋନିତ ହୋଇଛନ୍ତି । ଏହି ଚମ୍ପିଆନସିପରେ ଓଡ଼ିଶାରୁ 14 ଜଣ ଖେଳାଳୀକୁ ନେଇ ଟିମ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ 4ଜଣ ବାଳିକା ଦଳରେ ଓ 2 ଜଣ ବାଳକ ଦଳରେ ସ୍ଥାନ ପାଇଛନ୍ତି । ବାଳିକା ଦଳରେ ସାମିଲ ହୋଇଥିବା ଖେଳାଳୀ ସମସ୍ତେ ଆଦର୍ଶ ବିଦ୍ୟାଳୟର ହୋଇଥିବା ବେଳେ ସେମାନେ ହେଲେ ଅର୍ପିତା ବେହେରା, ସୁଦିପା ଷଢଙ୍ଗୀ, ଶୀବାନୀ ପ୍ରଧାନ ଓ ଶ୍ୟାମପ୍ରିୟା ସ୍ୱାଇଁ । ସେହିଭଳି ବାଳକ ଦ୍ୱୟ ହେଲେ ପି. ଦିବାକର ପାତ୍ର ଓ ଟି,ଅମନ କୁମାର । ସମସ୍ତ ଖେଳାଳୀ ଆଜି ତାଙ୍କର ଯାତ୍ରା ଆରମ୍ଭ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ଟେନିସ ବଲ କ୍ରିକେଟ୍ ଆସୋସିଏସନର ସଭାପତି ଦୁଷ୍ମନ୍ତ ପାଢୀ ଓ ସମ୍ପାଦକ ସଞ୍ଜୟ ବିଷୋୟୀ ଖେଳାଳୀ ମାନଙ୍କୁ ଉତ୍ତମ ପ୍ରଦର୍ଶନ କରିବା ଲାଗି ଶୁଭେଚ୍ଛା ଜଣାଇଥିଲେ । ସେପଟେ ଗଞ୍ଜାମ ଜିଲ୍ଲାର ସମସ୍ତ ଖେଳାଳୀମାନେ ଭଲ ପ୍ରସ୍ତୁତି କରିଛନ୍ତି ଓ ଓଡ଼ିଶା ଟିମରେ ଉତ୍ତମ ପ୍ରଦର୍ଶନ କରିବେ ବୋଲି କହିଛନ୍ତି କୋଚ୍ ପ୍ରୀତି ରଞ୍ଜନ ଓ ମ୍ୟାନେଜର ପି.ନନ୍ଦିନୀ ।