ବ୍ରହ୍ମପୁର, ବିଚିତ୍ର ସାହୁ: ରୋଟାରୀ କ୍ଲଵ ଅଫ ବ୍ରାହପୁର ଇଷ୍ଟ ଆନୁକୂଲ୍ୟରେ ତଥା ବିଜୁ ମହାବୀର ଜୟପୁର ଫୂଟ ସେଣ୍ଟର, ଖୋର୍ଦ୍ଧାଙ୍କ ସହାଭାଗିତା ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜନ କରିଛି ସକ୍ଷମ -7 ମାଗଣା କୃତ୍ରିମ ଅଙ୍ଗ ପ୍ରତିରୋପଣ ଶିବିର l ଦୀର୍ଘ 5ଦିନ ଧରି ଚାଲିବାକୁ ଥିବା ଏହି ଶିବିରକୁ ରୋଟାରୀ ଜିଲ୍ଲା -3262 ର ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀ ଏହି ଶିବିରକୁ ଉଦଘାଟନ କରି ରୋଟାରୀ ସଭ୍ୟମାନେ ନିଜ ସ୍ୱାର୍ଥକୁ ପଛରେ ପକାଇ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରନ୍ତି ଏବଂ ତାର ପ୍ରକୃଷ୍ଟ ଉଦାହରଣ ରୋଟାରୀ କ୍ଲଵ ଅଫ ବ୍ରହ୍ମପୁର ଇଷ୍ଟ l ଦୀର୍ଘ ଦିନ ଧରି ଏହି କ୍ଲଵ କୃତ୍ରିମ ଅଙ୍ଗ ପ୍ରତି ରୋପଣ କାର୍ଯ୍ୟକ୍ରମ ଗ୍ରହଣ କରି ସମଗ୍ର ଓଡିଶାରେ ସର୍ବୋତ୍କୃଷ୍ଟ କ୍ଲଵ ରୂପେ ସ୍ୱତନ୍ତ୍ର ପରିଚୟ ପାଇଛି l
ମୁଖ୍ୟ ଅତିଥି ରୂପେ ଚିକିଟିର ମାନ୍ୟବର ବିଧାୟକ ମନୋରଞ୍ଜନ ଡ୍ୟାନ୍ସାମନ୍ତରାୟ ଯୋଗ ଦେଇ ଆସ୍ତି ବାଚକ ଚିନ୍ତାଧାରା ନେଇ ସାମାଜିକ ସ୍ତରରେ ଅବହେଳିତ ହୋଇ ରହିଯାଉଥିବା ଜନସାଧାରଣଙ୍କୁ ସାହାଯ୍ୟର ହାତ ବଢ଼ାଇ ଯଶସ୍ବୀ ହେବା ଏବଂ ବିକଶିତ ଭାରତର ସ୍ବପନକୁ ସାର୍ଥକ କରିବା ପାଇଁ ଆହ୍ୱାନ ଦେଇଥିଲେ l ରୋଟାରୀ କ୍ଲଵ ସଭ୍ୟମାନେ ଯେଉଁ ସବୁ ଜନହିତକର କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସା ଯୋଗ୍ୟ ବୋଲି ମତ ପ୍ରକାଶ କରିଥିଲେ l ବ୍ରହ୍ଣପୁର ମାନ୍ୟବର ବିଧାୟକ ଏ. ଅନିଲ କୁମାର ଯୋଗ ଦେଇ କ୍ଲଵର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l କ୍ଳବର ସଭାପତି ଡ଼ଃ ପ୍ରଦୀପ୍ତ କୁମାର ପଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା 3262 ର ଭିନ୍ନକ୍ଷମ ବିଭାଗ ଚେୟାରମ୍ୟାନ ଅଜିତ କୁମାର ପୃଷ୍ଟି ବିବରଣୀ ପ୍ରଦାନ କରି ରୋଟାରୀ ଇଷ୍ଟ ଆନୁକୂଲ୍ୟରେ ନୟାଗଡ, ସୁନ୍ଦରଗଡ଼, ବ୍ରହ୍ମପୁର ଠାରେ କୃତ୍ରିମ ଅଙ୍ଗ ପ୍ରତିରୋପଣ ଶିବିର ଆୟୋଜିତ ହୋଇଛି l ବ୍ରହ୍ମପୁର ଠାରେ 5 ଦିନ ଧରି ଚାଲିବାକୁ ଥିବା ଶିବିରରେ 250 ଜଣ ଦିବ୍ୟାଙ୍ଗ ପଞ୍ଜିକରଣ କରଣ କରିଛନ୍ତି l ଆଗାମୀ 24ରୁ 28 ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ଠାରେ ମଧ୍ୟ ଶିବିର ଆୟୋଜନ ହେବ ବୋଲି ପ୍ରକାଶ କରିଥିଲେ l ସହ ପ୍ରାନ୍ତପାଳ ଝରଣା ପଣ୍ଡା, କ୍ଳବର ପ୍ରୋଜେକ୍ଟ ଚେୟାରମ୍ୟାନ ନାରସୁଜେନା ଉଦବୋଧନ ଦେଇଥିଲେ l କ୍ଳବର ନିର୍ବାଚିତ ସଭାପତି ହୃଷିକେଶ ପ୍ରଧାନ ସଭା ସଂଯୋଜନା କରିଥିବା ବେଳେ ସମ୍ପାଦକ ଅଶ୍ୱିନୀ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l କ୍ଳବର ପୂର୍ଵତନ ସଭାପତି ବୃନ୍ଦ ଏବଂ ସଭ୍ୟ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପ୍ରଥମ ଦିନରେ 110 ଜଣଙ୍କୁ ବିଭିନ୍ନ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା l