ବାଲିଗୁଡା: ୧୮/୧୧ (ସୁକାନ୍ତ କୁମାର ତ୍ରିପାଠୀ) ବିଶ୍ଵ ପରିବେଶ ସୁରକ୍ଷା ଅଭିଯାନ ପାଇଁ ରାୟଗଡ଼ା ଜିଲ୍ଲା କଂସାରୀଗୁଡ଼ା ରେ ଅବସ୍ଥାପିତ ଆଦିତ୍ୟ ଆଲୁମିନା ରୀଫାଇନେରୀ କମ୍ପାନୀ ସୌଜନ୍ୟତା ଓ

କାର୍ଯ୍ୟକାରୀ ସଂସ୍ଥା ମୁକ୍ତାଦେବୀ ଚାରିଟେବୁଲ୍ ଟ୍ରଷ୍ଟ ମାଙ୍କଡ ଝୋଲା ଆନୁକୂଲ୍ୟରେ କାଶିପୁର ବ୍ଲକ ର ବିଭିନ୍ନ ଉପାନ୍ତ ଗାଁ ରେ ପରିବେଶ କୁ ପ୍ରଦୂଷଣ କରୁଥିବା ଜରି ପଲିଥିନ୍ ଓ ପ୍ଲାଷ୍ଟିକ ବୋତଲ ବର୍ଜନ ପାଇଁ

ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁସ୍ଥାନ ମୁକ୍ରଦେବୀ ଚାରିଟେବୁଲ୍ ଟ୍ରଷ୍ଟ ଓ କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର

ବାଲିଗୁଡା ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ ବିଭିନ୍ନ ଗାଁ ରେ ସଚେତନ ଗୀତ, ନୃତ୍ୟ ଓ ପଥପ୍ରାନ୍ତ ନାଟକ ମାଧ୍ୟମ ରେ ଅନୁଷ୍ଠାନର କଳାକାର ବୁନା, ନନ୍ଦିନୀ,

ହାପି, ଦିଲ୍ଲୀପ, ରାଜେଶ, ନିଖୁଣ ଅଭିନୟ ମାଧ୍ୟମ ରେ ଜନ ସାଧାରଣ ଙ୍କୁ ସଚେତନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କଳାକାର ଅଶୋକ ଦଣ୍ଡସେନା ସଙ୍ଗୀତ ପରିଚାଳନା କରୁଥିବା ବେଳେ

ମାୟାଧର ପାତ୍ର ବାଦ୍ୟଯନ୍ତ୍ର ପରିଚାଳନା କରିଥିଲେ l