ସତ୍ୟନିଷ୍ଠ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ ରାଷ୍ଟ୍ର ହିତର ଆଉଏକ ଅଙ୍ଗ: ରାଜେନ୍ଦ୍ର ଜେନା

ବ୍ରହ୍ମପୁର,ବିଚିତ୍ର ସାହୁ:

ବ୍ରହ୍ମପୁର ପଥଭ୍ରଷ୍ଟ ଭଳି କୌଣସି ସମ୍ବାଦ ପ୍ରକାଶ କଲେ ତାହା ରାଷ୍ଟ୍ର ଗଠନରେ ଅନ୍ତରାୟ ସୃଷ୍ଟି କରେ। ସତ୍ୟ ଜାଣିବାର ଅଧିକାର ସମସ୍ତଙ୍କର ରହିଛି ସମ୍ବାଦ ପ୍ରସ୍ତୁତ ବେଳେ ସାମ୍ବାଦିକମାନେ ଏଥିପ୍ରତି ସମଧୂକ ଗୁରୁତ୍ଵ ଦେଇ ସମ୍ବାଦ ପ୍ରସ୍ତୁତ କରିବାକୁ ଲୋକସେବକ ମଣ୍ଡଳର ରାଷ୍ଟ୍ରିୟ ସମ୍ପାଦକ ତଥା ଦୈନିକ ସମାଜର ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଛନ୍ତି ।ସତ୍ୟନିଷ୍ଠ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ ରାଷ୍ଟ୍ର ହିତର ଆଉଏକ ଅଙ୍ଗ: ରାଜେନ୍ଦ୍ର ଜେନାବ୍ରହ୍ମପୁର ବିଶ୍ଵବିଦ୍ୟାଳୟ , ସାମ୍ବାଦିକ ଏବଂ ଗଣଯୋଗା ଯୋଗାଯୋଗ ବିଭାଗର ସହଯୋଗରେ କଳିଙ୍ଗ ଜାଗରଣ ଏବଂ ଆମଦୁନିଆ ହାଲଚାଲ ପତ୍ରିକା ପକ୍ଷରୁ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ରାଷ୍ଟ୍ର ଗଠନ ପାଇଁ ଗଣମାଧ୍ଯମ ନୀତି ଓ ଦାୟିତ୍ଵପୂର୍ଣ ସାମ୍ବାଦିକତା ଶିର୍ଷକ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ଗଠନମୂଳକ ସମାଲୋଚନା ନିରପେକ୍ଷତା ରକ୍ଷା କରିବା ସହ ସର୍ବଦା ତଥ୍ୟ ଉପରେ ରିପୋର୍ଟ ପ୍ରସ୍ତୁତ କରିବାକୁ ସାମ୍ବାଦିକ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ନିଜକୁ ପ୍ରସ୍ତୁତ କରିବା ସହ ଏ କ୍ଷେତ୍ରରେ ଦୈନିକ ସମାଜର ନୀତି ଆଦର୍ଶ ଅନୁସରଣ କରନ୍ତୁ ବୋଲି କହିଥିଲେ । ସତ୍ୟନିଷ୍ଠ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ ରାଷ୍ଟ୍ର ହିତର ଆଉଏକ ଅଙ୍ଗ: ରାଜେନ୍ଦ୍ର ଜେନାଉତ୍କଳ ସାମ୍ବାଦିକ ସଂଘ ଘର ଅନ୍ୟତମ ରାଜ୍ୟ ପରାମର୍ଶଦାତା ପ୍ରକାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବବରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକ ଏବଂ ଗଣଯୋଗାଯୋଗ ବିଭାଗର ପ୍ରଫେସର ଗଣେଶ ସେଠୀ, ବିଭାଗୀୟ ମୁଖ୍ୟ ପ୍ରଫେସର ବନ୍ଦିତା କୁମାରୀ ପଣ୍ଡା, ପ୍ରଫେସର ଜୟନ୍ତ କୁମାର ପଣ୍ଡା, ପ୍ରଫେସର ଚିନୁ ବହିଦାରଙ୍କ ସମେତ ସମାଜସେବୀ ସରିତା ପଣ୍ଡା, ବ୍ରହ୍ମପୁର କଣ୍ଢେଇ ଯାତ୍ରାର ମୁଖ୍ୟ ତଥା ସମାଜସେବକ, ସୂର୍ଯ୍ୟନାରାୟଣ ଦାସ, ସମାଜର ବାର୍ଭା ସମ୍ପାଦକ ତଥା ଦକ୍ଷିଣ ଓଡ଼ିଶା ସଂଯୋଜକ ସୁଦର୍ଶନ ନାୟକ ପ୍ରମୁଖ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରେସ ଦିବସ ପାଳନର ଗୁରୁତ୍ଵ ଏବଂ ସମାଜ ଗଠନରେ ଶ୍ରେଷ୍ଠ ସାମ୍ବାଦିକ ହେବାପାଇଁ ରହିଥ‌ିବା ମୌଳିକ ଗୁଣ ଆହରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ରାଷ୍ଟ୍ର ଗଠନରେ ନିଜ ନିଜକୁ ନିୟୋଜିତ କରି ସମାଜର ଉନ୍ନତି ପାଇଁ ସର୍ବଦା ଦାୟିତ୍ବବାନ ହେବାକୁ ବିଭାଗୀୟ ସହଯୋଗୀ ପ୍ରଫେସର ଜୟନ୍ତ କୁମାର ପଣ୍ଡା ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ପ୍ରକାଶକ ତଥା ଆୟୋଜକ ରମେଶ ଚନ୍ଦ୍ର ପାତ୍ର ପତ୍ରିକାର ଅତିଥିମାନଙ୍କୁ ସ୍ଵାଗତ କରିବା ସହ ଉପଢୌକନ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବନ୍ଧିତ କରିଥିଲେ ବର୍ଷିୟାନ ସାମ୍ବାଦିକ ଏବଂ ପ୍ରେସ ଫୋଟଗ୍ରାଫର ରବିନ୍ଦ୍ର କୁମାର ମହାରଣାଙ୍କୁ ମୁଖ୍ୟ ଅତିଥ୍‌ ସମ୍ବର୍ଦ୍ଧନା କରିଥିଲେ । ସାମ୍ବାଦିକ ସରୋଜ କୁମାର ମହାନ୍ତି ସଂଯୋଜନା କରିଥିଲେ।

Smart Computer Ad
You might also like
error: Content is protected !!