ବାଲିଗୁଡା: ୧୦/୧୧ (ସୁକାନ୍ତ କୁମାର ତ୍ରିପାଠୀ)
କନ୍ଧମାଳ ଜିଲାକୁ ଆସିଛି ପହିଲି ଶୀତl ଗତ ଦୁଇଦିନ ହେଲା ବାଲିଗୁଡା ସହରରେ ସକାଳୁ ଘନ କୁହୁଡ଼ି ସାଙ୍ଗକୁ ହାଲୁକା ଥଣ୍ଡା ପଡୁଛି lକନ୍ଧମାଳର ଦାରିଙ୍ଗବାଡ଼ିକୁ ଓଡ଼ିଶାର କାଶ୍ମୀର କୁହାଯାଉ ଥିଲା ବେଳେ ପହିଲି ଶୀତ ଆସିଲେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ l ପ୍ରଭାତ ଭ୍ରମଣ ରେ ରାସ୍ତା ଦେଖା ଯାଉନଥିବା ବେଳେ କୁହୁଡ଼ିର ବଳୟ ଭିତରେ ମୋଟର ଗାଡ଼ି, ଭାରି ଜାନ ଲାଇଟ୍ ଜଳେଇ ରାସ୍ତା ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି।ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ ପ୍ରାତଃ ଭ୍ରମଣ ରେ କୁହୁଡ଼ିର ମଜା ନେଉଛନ୍ତିlଦାରିଙ୍ଗବାଡ଼ିରେ ତାପମାତ୍ରା ୧୩ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ତାପମାତ୍ରା ୧୪ ଡିଗ୍ରୀକୁ ଖସିଆସିଛିl ଦଶହରା ପରେ ପରେ ଶୀତ ଆସିବା କଥା କିନ୍ତୁ ଚଳିତ ବର୍ଷ ବହୁ ବିଳମ୍ବରେ ପହିଲି ଶୀତ ଆସିବାରୁ ଆଗକୁ ଆହୁରି ପାରଦ ଖସିବା ସହିତ ଶୀତର ପ୍ରକୋପ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି l