ଜଟଣୀ ପ୍ରେସକ୍ଲବରନୂତନ ନୂତନ କର୍ମକର୍ତ୍ତା ଚୟନ

ଖୋର୍ଦ୍ଧ,(ସଞ୍ଜୀବ କୁମାର):-

ଜଟଣୀ: ଜଟଣୀ ପ୍ରେସ କ୍ଲବ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି. ପ୍ରେସ କ୍ଲବର ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତି କ୍ରମେ ନୂତନ ଭାବେ ବିଭିନ୍ନ ପଦାଧିକାରୀ ଚୟନ କରାଯାଇଥିଲା.ଖବରଦାତା ଏମ.ଡି. ଇସ୍ମାଇଲ ଅଲି ଏବଂ ହୃଦାନନ୍ଦ କୋଦାମସିଂହଙ୍କ ପୌରାହିତ୍ୟରେ ଆୟୋଜିତ ଏହି ବୈଠରେ ସର୍ସମ୍ମତରେ ସଭାପତି ଭାବେ ବରିଷ୍ଠ ଖବରଦାତା ରବିନ୍ଦ୍ରନାଥ ମହାକୁଡ଼ ଏବଂ ସମ୍ପାଦକ ରୂପେ ଖବରଦାତା ସୁରେଶ ମହାରଣାଙ୍କୁ ଚୟନ କରାଯାଇଛି. ଅନ୍ୟମାନେ ମଧ୍ୟରେ କୋଷାଧକ୍ଷ ଭାବେ ସମଜସେବୀ ତଥା ଖବରଦାତା ଗୌତମ ମହାରଣା ଏବଂ ସଂଗଠନ ସଂଯୋଜକ ରୂପେ ଶୁଭେନ୍ଦ୍ର ଶତପଥିଙ୍କ ସହିତ ଅନ୍ୟ ପଦାଧିକାରୀଙ୍କୁ ଚୟନ କରାଇଛି. ଏହି ବୈଠକ ପରିପ୍ରେକ୍ଷୀରେ ଆସନ୍ତା ଜାତୀୟ ପ୍ରେସ ଦିବସ ପାଳନକୁ ନେଇ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ନୂତନ କର୍ମକର୍ତ୍ତାମାନଙ୍କୁ ସ୍ବାଗତ ସମର୍ଦ୍ଧନା ଜ୍ଞାପନ କରାଯିବା ସହିତ ପ୍ରେସ କ୍ଲବର ଉନ୍ନତି ଦିଗରେ କାମ କରିବାକୁ ସଂକଳ୍ପ ନିଆଯାଇଥିଲ.ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଅମରେଶ ରାଉତରାୟ, ରବୀନ୍ଦ୍ର ନାଥ ମହାକୁଡ, ସୁରେଶ କୁମାର ମହାରଣା, ଗୌତମ ମହାରଣା, ସୁବ୍ରତ ନାୟକ, ଯଯାତି କେଶରୀ ପ୍ରଧାନ, ମହମ୍ମଦ ଅତିକ୍, ସୁଭେନ୍ଦ୍ର ଶତପଥୀ, ହରିହର ସ୍ବାଇଁ, ସଞ୍ଜୀବ କୁମାର, ମହମ୍ମଦ ଇଶ୍ମାଇଲ ଅଲ୍ଲୀ, ହୃଦାନନ୍ଦ କୋଦମାସିଂହଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ.

You might also like
error: Content is protected !!