ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ: ଚାଳକ ମୃତ


ବାଲିଗୁଡା: ୨୭/୧୦ (ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଫାଣ୍ଡି ଅଞ୍ଚଳରେ ଭାରସାମ୍ୟ ହରାଇ ଗଛରେ ବାଇକ ପିଟି ହେବାରୁ ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ଘଟଣା ରୁ ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଫାଣ୍ଡି ଅଞ୍ଚଳର ଚନ୍ଦ୍ର ମୋହନ ପାତ୍ର ଙ୍କ ପୁତ୍ର ସମ୍ବିତ ପାତ୍ର ଏକ ବାଇକ ନଂ. ଓଡି-୧୨-ସି -୯୭୩୪ ନାମକ ରେ ବାରଖମା ରୁ ନିଜର ବ୍ୟକ୍ତିଗତ କାମରେ ବାଲିଗୁଡ଼ା ଯିବା ସମୟରେ ଦିଗୀପଡ଼ି ପ୍ରାଥମିକ ବିଦ୍ୟାଳୟ

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ: ଚାଳକ ମୃତଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ: ଚାଳକ ମୃତ

ସମ୍ମୁଖରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣା ଗସ୍ତ ହୋଇ ଜୀବନ ଚାଲିଯାଇଥିବା ଜଣାପଡିଛି। ଖବର ପାଇବା ପରେ ଆଖ ପାଖ ଅଞ୍ଚଳ ଲୋକେ ସଙ୍ଗେ ସଙ୍ଗେ ବାରଖମା ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି ଙ୍କୁ ଜଣାଇବା ପରେ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପରିସ୍ଥିତି ଅନୁଧ୍ୟାନ କରିବା ସହ ମୃତ ଶରୀରକୁ ଜବତ କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ କୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ଅଧିକ ତଦନ୍ତ ଜାରି ରଖିଥିବା ପ୍ରକାଶ କରିଛନ୍ତି।

You might also like
error: Content is protected !!