ନୟାଗଡ( ପ୍ରଭାକର ଶିରୋମଣି)
ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ଓଷା ବ୍ରତର ମାସ ହେଉଛି ପବିତ୍ର ଭାଦ୍ରବ ମାସ l ବର୍ଷ ତମାମ ପ୍ରାତ୍ୟେକ ମାସରେ ଗୋଟିଏ ଯୋଡ଼ିଏ ପର୍ବପର୍ବାଣୀ. ପାଳିତ ହେଉଥିଲା ବେଳେ ବିଶେଷତଃ ଭାଦ୍ରବ ମାସ ରେ ଅଧିକ ଓଷା ଉପାସ ହେଉଥିବା ଉଲ୍ଲେଖ ରହିଛି l ସେଥିମଧ୍ୟରୁ ଷଷ୍ଠୀ ଓଷା ଅନ୍ୟତମ l ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ହିନ୍ଦୁ ମାନଙ୍କ ଘରେ ଘରେ ଏହି ପର୍ବ ପାଳିତ ହୋଇଥିଲା l ପରିବାରର ସମସ୍ତଙ୍କ ଜୀର୍ଘାୟୁ କାମନା କରି ମାଆ ମାନେ ଷଠି ଦେବୀଙ୍କୁ ପଥର ଶୀଳ ରେ. ହଳଦୀ ଓ କଉଡ଼ି ଦ୍ୱାରା ମୂର୍ତ୍ତି ଥାପନା କରି ୬ ପ୍ରକାରର ଅନ୍ନ ବ୍ୟଞ୍ଜନ ଦେଇ ପୂଜା କରିଥାନ୍ତି ଓ ସନ୍ଧ୍ୟା ସମୟରେ ଠାରାଣୀଙ୍କୁ ଉଠାଇବା ପରେ ମାଆ ମାନେ ପୂଜାରେ ସ୍ଥାନିତ ହୋଇଥିବା ବଜ୍ରମୁଳି ଗଛ ଡାଙ୍ଗ ରେ ପରିବାରର ସମସ୍ଥଙ୍କୁ ୭ଥର ଛୁଆଁଇ ଦେଇ ଶରୀର ବଜ୍ର ରହିବା ପାଇଁ କାମନା କରିଥିଥାଆନ୍ତି l ଏହି ପରମ୍ପରା ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ l ସୂଚନା ଯୋଗ୍ୟ, ଶ୍ରାବଣ ମାସରେ କାଉଡିଆ ମାନଙ୍କ ଜଳାଭିଷେକ ପର୍ବ ପରେ ପରେ ପ୍ରାତ୍ୟେକ ବିଷ୍ଣୁ ମନ୍ଦିର ରେ ଝୁଲଣ ଯାତ୍ରା ଆରମ୍ଭ.ହୋଇଥାଏ l ଏହାପରେ ପ୍ରତି ବୁଧବାର ବୁଦ୍ଧିବାମନ ଓଷା ଓ ରବିବାର ଖୁଦୁରୁକୁଣୀ ଓଷା, ରେଖା ପଞ୍ଚମୀ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ନନ୍ଦ ଉତ୍ସବ, କାଳୀୟ ଦଳନ ଏକାଦଶୀ ବ୍ରତ, ସପ୍ତ ପୁରୀ ଅମାବାସ୍ୟା ଭୋଗ ପୂଜା, ବାଲି ତୃତୀୟ, ଗୌରୀ ବ୍ରତ, ଶ୍ରୀ ଗଣେଶ ଚତୁର୍ଥୀ, ଗୁରୁ ପଞ୍ଚମୀ ବ୍ରତ, ନୂଆ ଖାଇ ଓ ଷଷ୍ଠୀ ଓଷା, ସୋମନାଥ ବ୍ରତ ଓ ରାଧାଷ୍ଟମୀ ବ୍ରତ , ପାର୍ଶ୍ୱ ପରିବର୍ତନ ଏକାଦଶୀ, ସୁନିଆଁ, ଅନନ୍ତ ବ୍ରତ ଓ ଶେଷରେ ଭାଦ୍ରବ ମାସ ପୂର୍ଣ୍ଣିମାତିଥିରେ ଭାଗବତ ଜନ୍ମ ପାଳନ କରା ଯାଇଥାଏ l ଶ୍ରାବଣ ପୂର୍ଣ୍ଣିମା ପରଦିନ ଠାରୁ ଭାଦ୍ରବ ପୂର୍ଣ୍ଣିମା ପର୍ଯ୍ୟନ୍ତ ଓଷା ଓପାସ ଲାଗି ରହିଥିବାରୁ ପ୍ରାତ୍ୟେକ ପରିବାର ଧର୍ମ ମାଧ୍ୟମରେ ସମୟ ବିତାଉ ଥାନ୍ତି ବୋଲି ବୟସ୍କ ମହିଳା ମାନଙ୍କ ଠାରୁ ଶୁଣିବାକୁ ମିଳେ l ଯୁଗ ଯୁଗ ଧରି ସମଗ୍ର ଭାରତ ବର୍ଷରେ ଏହି ଓଷା ପରମ୍ପରା ଲାଗି ରହି ଥିବାରୁ ହିନ୍ଦୁ ସମାଜ ଆଜି ପର୍ଯ୍ୟନ୍ତ ତିଷ୍ଠ