ଏନଏସି ଦାବିରେ ରାଜରାସ୍ତାକୁ ଓଲ୍ହାଇବେ ବେଗୁନିଆ ବାସୀ

ଖୋର୍ଦ୍ଧା(ସଞ୍ଜୀବ କୁମାର):-

ଅଗଷ୍ଟ ୨୨ ତାରିଖରେ ରାଜରାସ୍ତାକୁ ଓଲ୍ହାଇବେ ବେଗୁନିଆ ବାସୀ l ସରକାର ଘୋଷଣା କରିଥିବା ୧୨ଗୋଟି ଏନଏସି କୁ ନେଇ ବେଗୁନିଆ ବାସୀଙ୍କ ଅସନ୍ତୋଷ l ଘୋଷାଣ ହୋଇଥିବା ଏନଏସି ତାଲିକାରେ ବେଗୁନିଆ ନାମ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବେଗୁନିଆ ବାସୀ l ନାମ ନଥିବାରୁ ଏନଏସି ଦାବିରେ ଅଗଷ୍ଟ ୨୨ ତାରିଖରେ ରାଜରାସ୍ତାକୁ ଓଲ୍ହାଇବେ ବେଗୁନିଆ ବାସୀ l ଏନେଇ ଆଜି ବେଗୁନିଆ ସ୍ଥିତ ଡାକ ବଙ୍ଗଳା ଠାରେ ବେଗୁନିଆ ଏନଏସି ନିମନ୍ତେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ସରପଞ୍ଚ ବେଗୁନିଆ,ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି,ବ୍ଲକ ବିଜେଡି ସଭାପତି,ବେଗୁନିଆ ଗ୍ରାମ୍ୟ କମିଟି ସଭାପତି,ସମ୍ପାଦକ ଙ୍କ ସହ ବେଗୁନିଆ ଗ୍ରାମପଞ୍ଚାୟତ ସମସ୍ତ ୱାର୍ଡ ମେମ୍ବର, ସାର୍ବଜନୀନ ଦୁର୍ଗା ପୂଜା କମିଟି ସଭାପତି,ସମ୍ପାଦକ, କୋଷାଧ୍ୟକ୍ଷଙ୍କ ସହ ବେଗୁନିଆ ଗ୍ରାମପଞ୍ଚାୟତର ସମସ୍ତ ମୁରବି ଉପସ୍ଥିତ ରହି ଦୃଢ଼ ନିନ୍ଦା କରିବା ସହ ବେଗୁନିଆ ବନ୍ଦ ରହିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବେଗୁନିଆ ବ୍ଲକ ଉନୟନ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି l

You might also like
error: Content is protected !!